ପ୍ରୟାଗରାଜ ମାଘମେଳାରେ ଶନିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଟିଏ ପରେ ଗୋଟିଏ ତମ୍ବୁ ଜଳିବାରେ ଲାଗିଥିଲା। ସେକ୍ଟର ନମ୍ବର ୪ରେ ଅଚାନକ ନିଆଁ ଲାଗି ୧୨ରୁ ଅଧିକ ତମ୍ବୁ ଜଳିଯାଇଛି। ପ୍ରଶାସନ ବସନ୍ତ ପଞ୍ଚମୀ ସ୍ନାନ ଲାଗି ପ୍ରସ୍ତୁତି ଚଳାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣାରେ ହତାହତଙ୍କୁ ନେଇ କୌଣସି ସୂଚନା ମିଳି ନାହିଁ। ଅଗ୍ନିକାଣ୍ଡ ସୂଚନା ପାଇ ମେଳା ସ୍ଥଳରେ ମୁତୟନ ଦମକଳ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ମୌନୀ ଅମାବାସ୍ୟା ପରେ ମେଳାଙ୍କୁ ଲୋକଙ୍କ ଆଗମନ ବଢିବାରେ ଲାଗିଛି। ଏଥିରେ ଅଗ୍ନିକାଣ୍ଡ ଏବେ ଅବସ୍ଥାନ କରୁଥିବା ଲୋକଙ୍କୁ ଆତଙ୍କିତ କରିଛି। ଏଠାକୁ ମୌନୀ ଅମାବାସ୍ୟାରେ ଆସିଥିବା ଲୋକେ ବସନ୍ତ ପଞ୍ଚମୀ ସ୍ନାନ ସାରି ଫେରିବେ। ଏଣୁ ମେଳାରେ ଏବେ ପ୍ରବଳ ଜନଗହଳି ଲାଗି ରହିଛି।
ତେବେ ଚଳିତବର୍ଷ ମାଘ ମେଳାରେ ଏହା ପ୍ରଥମ ଅଗ୍ନି ଦୁର୍ଘଟଣା ନୁହେଁ। ମେଳା ଆରମ୍ଭ ହେବା ପରେ ପରେ ଦୁଇଟି ଅଗ୍ନିକାଣ୍ଡ ଘଟିସାରିଛି। ପ୍ରଥମ ଅଗ୍ନିକାଣ୍ଡ ତ୍ରିବେଣୀ ରୋଡ ସ୍ଥିତ ବିଶ୍ୱପ୍ରେମ ମିସନ କ୍ୟାମ୍ପରେ ହବନ ବେଳେ ହୋଇଥିଲା।
57total visits,2visits today