Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ

February 13, 2021

କ୍ରମାଗତ ୫ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୩୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲର ଲିଟର ପିଛା ଦର ୩୬ ପଇସା ବୃଦ୍ଧି ପାଇଛି।

ବର୍ଦ୍ଧିତ ଦର ପରେ ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୮୮.୧୪ ଟଙ୍କାରୁ ବୃଦ୍ଧି ପାଇ ୮୮.୧୪ରେ ପହଞ୍ଚି ଯାଇଛି। ସେହିପରି ଡିଜେଲର ଲିଟର ପିଛା ଦର ୭୮.୩୮ ଟଙ୍କାରୁ ବୃଦ୍ଧି ପାଇ ୭୮.୭୪ ଟଙ୍କା ଛୁଇଁଛି। ମୁମ୍ବାଇରେ ପେଟ୍ରୋଲର ଲିଟର ପିଛା ଦର ୯୪.୯୩ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୫.୭୦ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦର ୯୦.୭୦ ଟଙ୍କା ଥିବା ବେଳେ ଡିଜେଲର ଲିଟର ପିଛା ଦର ୮୩.୮୬ ଟଙ୍କା ଓ କୋଲକତାରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୮୯.୭୩ ଟଙ୍କା ଓ ୮୨.୩୩ ଟଙ୍କା ରହିଛି।

ସେହିପରି ନୂଆ ଦର ପରେ ଓଡ଼ିଶାର ଭୁବନେଶ୍ୱରେ ଆଜି ପେଟ୍ରୋଲର ଲିଟର ପିଛା ଦର ୩୧ ପଇସା ବୃଦ୍ଧି ପାଇଛି। ପେଟ୍ରୋଲର ଲିଟର ପିଛା ଦର ୯୦ ଟଙ୍କା ଛୁଇଁବାକୁ ବସିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୮୯.୧୪ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଦର ୪୦ ପଇସା ମହଙ୍ଗା ହୋଇଛି। ନୂଆ ଦର ପରେ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୮୫.୮୦ ଟଙ୍କାରେ ପହଞ୍ଚି ଯାଇଛି।

Share on:
WhatsApp
Please follow and like us:

47total visits,2visits today

Post navigation

ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍‌ ପାରିତ
ମାଘମେଳାରେ ଅଗ୍ନିକାଣ୍ଡ, ଜଳିଗଲା ୧୨ରୁ ଅଧିକ ତମ୍ବୁ

Related Articles

ମହଙ୍ଗା ମାଡ଼ : ପେଟ୍ରୋଲ ଓ ଡିଜେଲ ଦର କମୁନି, ୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର

Odisha News Lens
February 15, 2021

ମାର୍ଚ୍ଚ‌ରେ ୪ ଦିନ ଲଗାତାର ବନ୍ଦ ରହିବ ବ୍ୟାଙ୍କ୍‌, ଜାଣନ୍ତୁ କାହିଁକି

Odisha News Lens
February 10, 2021

ବ୍ୟାଙ୍କ ବିରୋଧରେ ଗ୍ରାହକଙ୍କ ଅଭିଯୋଗ ବଢୁଛି : ଏଟିଏମ୍, ଡେବିଟ୍ କାର୍ଡ ଓ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗରେ ସର୍ବାଧିକ

Odisha News Lens
February 10, 2021

Leave a Reply Cancel reply

Your email address will not be published. Required fields are marked *

9 + = 18

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129235Total Visitors.