Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଆସିଲା ଝରାଫୁଲର ଭିସେରା ରିପୋର୍ଟ, ସ୍ପଷ୍ଟ ହେବ ମୃତ୍ୟୁର କାରଣ

February 10, 2021

ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ଯାଜପୁର ପୋଲିସକୁ ମିଳିଲା ଝରାଫୁଲଙ୍କ ଭିସେରା ରିପୋର୍ଟ। ଭିସେରା ରିପୋର୍ଟ ମିଳିବା ପରେ ମୃତ୍ୟୁ ରହସ୍ୟ ଖୁଲାସା ହେବ ବୋଲି ଆଶା କରାଯାଉଛି। ପୋଲିସ ଏନେଇ ଅଧିକ ସୂଚନା ଆଜି ସନ୍ଧ୍ୟାରେ ପ୍ରେସମିଟ କରି ଦେବ। ଏହା ପୂର୍ବରୁ ଝରାଫୁଲର ମୃତ୍ୟୁ ନେଇ ଅନେକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା। ଶ୍ୱାସ ରୁଦ୍ଧ କାରଣରୁ ଏବଂ ଖାଦ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିବା ପୂର୍ବରୁ ଖବର ମିଳୁଥିଲା। କିନ୍ତୁ ଏବେ ଭିସେରା ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ କଣ ରହିଥିଲା।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଆଣି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। କୁଆଖିଆ ପୋଲିସ ଓ ଯାଜପୁରରୋଡ୍‌ ଏସଡିପିଓ ଚିନ୍ମୟ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଝରାଫୁଲଙ୍କ ଝିଅର ମୃତଦେହ ଚିହ୍ନଟ କରିବା ପରେ ତାଙ୍କ ଅଭିଯୋଗ ଅନୁଯାୟୀ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା। ହେଲେ ତାଙ୍କ ସହଯୋଗୀ ଏ ଯାଏ ପୋଲିସ କବଜାରୁ ଫେରାର ଅଛନ୍ତି। ତେବେ ଭିସେରା ରିପୋର୍ଟରୁ ସତ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି ।

Share on:
WhatsApp
Please follow and like us:

59total visits,1visits today

Post navigation

ମାର୍ଚ୍ଚ‌ରେ ୪ ଦିନ ଲଗାତାର ବନ୍ଦ ରହିବ ବ୍ୟାଙ୍କ୍‌, ଜାଣନ୍ତୁ କାହିଁକି
ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

Related Articles

ଭିସୁଟ କରୋନା ପ୍ରସଙ୍ଗ: କିଟରେ କୌଣସି ତ୍ରୁଟି ନଥିଲା

Odisha News Lens
March 7, 2021

ଶିମିଳିପାଳର ୧୪ଟି ସ୍ଥାନରେ ଲାଗିଛି ନିଆଁ

Odisha News Lens
March 7, 2021

ପୋଲିସ ଇନଫର୍ମର ଭାବି ସାଥୀଙ୍କୁ ହତ୍ୟା କଲେ ମାଓବାଦୀ

Odisha News Lens
March 7, 2021

Leave a Reply Cancel reply

Your email address will not be published. Required fields are marked *

− 2 = 3

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ଦିଦିଙ୍କ ଉପରେ ବର୍ଷିଲେ ମୋଦି
  • ପଦ୍ମ ଧରିଲେ ମିଥୁନ୍
  • ପିଲାଙ୍କୁ ଖୁଆନ୍ତୁ ଏହି ଖାଦ୍ୟ, ରହିବେ ସୁସ୍ଥ
  • ଭାରତରେ କେତେ ଟିକା ନେଲେଣି ଜାଣନ୍ତୁ
  • ଭିସୁଟ କରୋନା ପ୍ରସଙ୍ଗ: କିଟରେ କୌଣସି ତ୍ରୁଟି ନଥିଲା

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4208403Total Visitors.