Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଚଳିତ ବର୍ଷ ଆଉ ହୋଇପାରିବନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

February 10, 2021

ଅନ୍ୟନ୍ୟା ପଞ୍ଜିକାର ଗଣନା ଭୁଲ୍ ପ୍ର୍ରମାଣିତ ହୋଇଛି । ଚଳିତ ବର୍ଷ ଆଉ ହୋଇପାରିବନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ପୂର୍ବରୁ ଯାହାକିଛି କଳ୍ପନାଜଳ୍ପନା ଲାଗି ରହିଥିଲା ସେସବୁରେ ପୂର୍ଣ୍ଣଛେଦ ପକାଇଛନ୍ତି ମୁକ୍ତିମଣ୍ଡପ ସଭାର ସଦସ୍ୟ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପାଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜ୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରକ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଛନ୍ତି ମୁକ୍ତିମଣ୍ଡପ ସଭାର ସଦସ୍ୟ । ସେହିପରି କୋହିନୁର ଏବଂ ରାଧାରମଣ ପଞ୍ଜିକା ଗଣନାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ଦେଇଛି। ଉକ୍ତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ପାଳନ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

ଗତବର୍ଷ ନଭେମ୍ବର ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । କରୋନା ସଂକ୍ରମଣ ଭୟରେ ବିନା ଭକ୍ତରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ନାଗାର୍ଜୁନ ବେଶ ପଡିବ ବୋଲି କୁହାଯାଇଥିଲା । ଏପରିକି ସେବାୟତ ମାନେ କହୁଥିଲେ, ଲଗାତର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡିବା ନୁଆ ନୁହେଁ । ୧୯୬୭-୬୮ ଓ ୧୯୯୩-୯୪ରେ ଲଗାତର ନାଗାର୍ଜୁନ ବେଶ ପଡିଥିଲା । ତେଣୁ କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିପାରିନଥିବା ଭକ୍ତ ଆଶା କରିଥିଲେ, ଏବର୍ଷ ଶ୍ରୀଜିଉଙ୍କୁ ଯୋଦ୍ଧା ବେଶରେ ଦର୍ଶନ କରିବେ । ହେଲେ ନୁଆ ନୀତି ନିର୍ଘଂଟ ପରେ ଏହି ଆଶା ମଉଳିଯାଇଛି । ଚଳିତ ବର୍ଷ ଶ୍ରୀମନ୍ଦିର ପାଳନ ହେବାକୁ ଥିବା ବିଭିନ୍ନ ପର୍ବ ପର୍ବାଣୀକୁ ଅନୁମୋଦନ ନେଇ ହୋଇଥିବା ବୈଠକ ପରେ ଏହି ମତ ପ୍ରକାଶ ପାଇଛି।

Share on:
WhatsApp
Please follow and like us:

23total visits,1visits today

Post navigation

ଡ୍ୟୁଟି ଛାଡ଼ି ବୁଲୁଥିଲେ, ସସ୍‌ପେଣ୍ଡ ହେଲେ ଏଏସ୍‌ଆଇ
ଇଚ୍ଛା ଥିଲେ ଉପାୟ…ଘୋଡ଼ାରେ ବସି ସ୍କୁଲ୍ ଗଲେ ଛାତ୍ର

Related Articles

ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ

Odisha News Lens
February 25, 2021

ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ

Odisha News Lens
February 25, 2021

ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

26 − 16 =

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129242Total Visitors.