କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସୋରେନ । ଏଏସ୍ଆଇ ଲକ୍ଷ୍ମଣ ସୋରେନଙ୍କୁ ସସପେଣ୍ଡ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଳ ସିଂ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗ୍ରୀଡକୋ ଛକରେ କର୍ତ୍ତବ୍ୟରେ ଅବହେଳା କରିଥିଲେ ଏଏସ୍ଆଇ । ଏସ୍ପିଙ୍କ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଏଏସ୍ଆଇଙ୍କ ଅବହେଳା ସ୍ପଷ୍ଟ ହୋଇଥିଲା ।
ସୂଚନା ଯେ, ଏଏସ୍ଆଇ ଲକ୍ଷ୍ମଣ ସୋରେନଙ୍କ ପୁରୀ ତାଳବଣିଆ ଥାନାରେ ପୋଷ୍ଟିଙ୍ଗ ହୋଇଥିଲା। କିନ୍ତୁ ସେ ପୁରୀ ଗ୍ରୀଡକୋ ଛକରେ ଡ୍ୟୁଟି କରୁଥିବା ସମୟରେ ଡ୍ୟୁଟି ଛାଡ଼ି ଅନ୍ୟତ୍ର ବୁଲୁଥିଲେ। ଏହି ଖବର SPଙ୍କ ପାଖରେ ପହଞ୍ଚିବା ପରେ SP ଖବର ସମ୍ପର୍କରେ ଅଧିକ ତଦନ୍ତ କରି ତାଙ୍କୁ ଆଜି ନିଲମ୍ବିତ କରିଛନ୍ତି।
ତେବେ କିଛିଦିନ ତଳେ କୃଷ୍ଣପ୍ରସାଦ ଥାନା ଏଏସ୍ଆଇ ଙ୍କୁ ଗିରଫ ସହ ନିଲମ୍ବନ କରାଯାଇଥିବା ବେଳେ ପୁରୀ ସଦର ଥାନାର ଲେଡି SI ଅତସୀ ଜେନାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ତେବେ କ୍ରିମିନାଲ ହୁଅନ୍ତୁ ଅବା ପୋଲିସ ଯିଏ ଭୁଲ କରିବ ତାଙ୍କ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ଆପଣା ଯିବ ବୋଲି ପୁରୀ SP ପୂର୍ବରୁ ସୂଚନା ଦେଇଥିଲେ।
40total visits,1visits today