Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ବିବିଧତାରେ ସମୃଦ୍ଧ ଆମ ଜାତୀୟ ଉତ୍ସବକୁ ଦେଶଭକ୍ତିର ସହ ପାଳନ କରିବା : ରାଷ୍ଟ୍ରପତି

January 25, 2021

୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କରୋନା କଟକଣା ଭିତରେ ଆସନ୍ତାକାଲି ସମଗ୍ର ଦେଶରେ ତ୍ରିରଙ୍ଗା ଉଡ଼ିବ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାଷୀଙ୍କ ଠାରୁ ଅର୍ଥନୀତି ଯାଏ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତି ସମସ୍ତଙ୍କୁ ରାଷ୍ଟ୍ରପତି ଶୁଭକାମନା ଜଣାଇବା ସହିତ ଦେଶ ପ୍ରତି କୃଷକଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ, ଯବାନଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକର୍ମୀ, ଡାକ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଆମର ଏହି ଦେଶରେ ବିବିଧତାରେ ସମୃଦ୍ଧ ଆମ ଜାତୀୟ ଉତ୍ସବକୁ ସମସ୍ତେ ବଡ଼ ଦେଶଭକ୍ତିର ସହ ପାଳନ କରନ୍ତି। ଗଣତନ୍ତ୍ର ଦିବସର ରାଷ୍ଟ୍ରୀୟ ପର୍ବକୁ ମଧ୍ୟ ଆମେ ସମ୍ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରିବା ଏବଂ ଆମ ଜାତୀୟ ପତାକା ତଥା ସମ୍ବିଧାନ ପ୍ରତି ସମ୍ମାନ ଓ ଆସ୍ଥା ବ୍ୟକ୍ତ କରିବା।

ଏଥିସହ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ନୂଆ ଭାରତର ମୂଳଦୁଆ ଭାବେ ନ୍ୟାଶନାଲ ଏଡୁକେସନ ପଲିସି ୨୦୨୦କୁ କାର୍ଯ୍ୟକାରୀ କରାଯାଇଛି। ବିଶ୍ୱସ୍ତରରେ ଭାରତୀୟମାନେ ନିଜର ପରାକ୍ରମ ଦେଖାଇଛନ୍ତି। ବାବାସାହେବ ଡା ଭୀମରାଓ ଆମ୍ବେଦକର ୧୯୪୮ ମସିହା ନଭେମ୍ବର ୪ରେ ଯେଉଁ କଥା କହିଥିଲେ, ତା’କୁ ବିଚାରକୁ ନେଇ ଆମେ ସମ୍ବିଧାନର ମୂଳ ଆଦର୍ଶରେ ଆଗକୁ ବଢ଼ିବା। ଆମ ଗଣତନ୍ତ୍ରର ସବୁଠାରୁ ବଡ଼ ଶବ୍ଦ ହେଲା ସମାନତା। ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ବନ୍ଧୁତା ଆମ ଜୀବରନ ମୂଳ ଭାବେ ସର୍ବଦା ରହିଛି।

ଏମଏସଏମକୁ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ଏହାଦ୍ୱାରା ଦେଶର ଅର୍ଥନୀତି ଆଗକୁ ବଢ଼ିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଆମ କୃଷକ ଭାଇମାନଙ୍କ ପ୍ରତି ସାରା ଦେଶବାସୀ କୃତଜ୍ଞତା ଜଣାଉଛନ୍ତି। କାରଣ ଦେଶକୁ ଦେଶକୁ ଆତ୍ମନିର୍ଭର କରାଇବାରେ ଏମାନଙ୍କର ଭୂମିକା ସବୁଠୁ ଅଧିକ।

ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟକୁ ଏକ ସୁଯୋଗରେ ପରିଣତ କରି ‘ଆତ୍ମନିର୍ଭରଶୀଳ ଭାରତ ଅଭିଯାନ‘ର ଆହ୍ବାନ କରିଛନ୍ତି। ଆମର ଜୀବନ୍ତ ଗଣତନ୍ତ୍ର, ଆମର ପରିଶ୍ରମୀ ତଥା ଦକ୍ଷ ଦେଶବାସୀ- ବିଶେଷକରି ଆମର ଯୁବ ଜନସଂଖ୍ୟା- ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଆମର ଉଦ୍ୟମକୁ ଶକ୍ତି ପ୍ରଦାନ କରୁଛନ୍ତି’ ବୋଲି ରାଷ୍ଟ୍ରପତି କହିଥିଲେ।

Share on:
WhatsApp
Please follow and like us:

61total visits,1visits today

Post navigation

୧୧୯ ଜଣ ପାଇବେ ପଦ୍ମ ପୁରସ୍କାର : ତାଲିକାରେ ୬ ଓଡ଼ିଆଙ୍କ ନାଁ, ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ
ବୀରତା ସମ୍ମାନ ଘୋଷଣା : ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର, ଓଡ଼ିଆ ସହିଦ ନନ୍ଦୁରାମଙ୍କୁ ବୀର ଚକ୍ର

Related Articles

ଦିଦିଙ୍କ ଉପରେ ବର୍ଷିଲେ ମୋଦି

Odisha News Lens
March 7, 2021

ପଦ୍ମ ଧରିଲେ ମିଥୁନ୍

Odisha News Lens
March 7, 2021March 7, 2021

ଭାରତରେ କେତେ ଟିକା ନେଲେଣି ଜାଣନ୍ତୁ

Odisha News Lens
March 7, 2021

Leave a Reply Cancel reply

Your email address will not be published. Required fields are marked *

− 1 = 7

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ଦିଦିଙ୍କ ଉପରେ ବର୍ଷିଲେ ମୋଦି
  • ପଦ୍ମ ଧରିଲେ ମିଥୁନ୍
  • ପିଲାଙ୍କୁ ଖୁଆନ୍ତୁ ଏହି ଖାଦ୍ୟ, ରହିବେ ସୁସ୍ଥ
  • ଭାରତରେ କେତେ ଟିକା ନେଲେଣି ଜାଣନ୍ତୁ
  • ଭିସୁଟ କରୋନା ପ୍ରସଙ୍ଗ: କିଟରେ କୌଣସି ତ୍ରୁଟି ନଥିଲା

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4208505Total Visitors.