ପିଲା ଦିନର ସାଥୀ ନତାଶା ଦଲାଲଙ୍କ ହାତ ଧରିଲେ ବରୁଣ। ହିନ୍ଦୁ ରିତୀନିତି ଅନୁସାରେ ରବିବାର ଉଭୟଙ୍କ ହାତଗଣ୍ଠି ପଡିଛି। ଦ ମ୍ୟାନସନ୍ ହାଉସରେ ରାତି ୧୦ଟା ୩୦ରେ ଦୁହିଁଙ୍କ ବାହାଘର ହୋଇଛି । ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ନେଇଛନ୍ତି ବରୁଣ-ନତାଶା। ବାହାଘରରେ ବରୁଣ ଧୱନ ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷଙ୍କ ଦ୍ୱାରା ଡିଜାଇନ୍ ସ୍ୱତନ୍ତ୍ର ଶେରୱାନିରେ ନଜର ଆସିଥିଲେ । ଅନ୍ୟପଟେ ପେଷାରେ ଫ୍ୟାସନ୍ ଡିଜାଇନର ନତାଶା ନିଜେ ପ୍ରସ୍ତୁତ କରିଥିବା ଲେହେଙ୍ଗାରେ ନଜର ଆସିଛନ୍ତି ।
ବିବାହ ପରେ ଦୁହେଁ ବେଶ୍ ଖୁସି ନଜର ଆସିଛନ୍ତି । ଉଭୟ ଗଣମାଧ୍ୟମକୁ ମିଠା ବାଣ୍ଟିଛନ୍ତି । ବିବାହ ଉତ୍ସବରେ ପ୍ରାୟ ୪୦ ଜଣ ଉପସ୍ଥିତ ଥିବାବେଳେ ସମସ୍ତଙ୍କ କରୋନା ଟେଷ୍ଟ କରାଯାଇଛି । ସେଲିବ୍ରିଟିଙ୍କ କଥା କହିଲେ ବିବାହରେ ବରୁଣଙ୍କ ମାଉସୀ ପୁଅ ଭାଇ ତଥା ନିର୍ଦ୍ଦେଶକ କୁଣାଳ କୋହଲି, ଡିଜାଇନର ମନୀଷ ମଲହୋତ୍ରା ଓ ଶଶାଙ୍କ ଖେତାନ ଉପସ୍ଥିତ ଥିଲେ ।
Please follow and like us:
62total visits,1visits today