Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ବିଦ୍ୟୁତ୍ ତାର ଲାଗି ଜଳିଗଲା ବସ୍‌, ୬ ମୃତ

January 17, 2021

ରାଜସ୍ତାନର ଜାଲୋରରେ ଗତ ରାତିରେ ବସରେ ନିଆଁ ଲାଗିଯିବାରୁ ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଯାତ୍ରୀବାହୀ ବସଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ବସରେ ନିଆଁ ଲାଗିଯାଇଥିଲା । ଆଉ ଦେଖୁ ଦେଖୁ ବସରେ ଥିବା ଯାତ୍ରୀମାନେ ବସରେ ଫଶି ଯାଇଥିଲେ । ଏଥିରେ ୬ଜଣଙ୍କ ଜୀବନ ଯିବା ସହ ୭ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣାଟି ଜାଲୋରର ମହେଶପୁରରେ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସାଳୟକୁ ପଠାଇଛନ୍ତି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ବସ୍‌ଟି ରାସ୍ତା ଭୁଲି ମହେଶପୁର ଗାଁ ଭିତରକୁ ପଶି ଯାଇଥିଲା। ଗାଁରେ ଗୋଟିଏ ସ୍ଥାନରେ ୧୧ କେଭି ବିଦ୍ୟୁତ୍ ତାର ଟିକେ ଓହଳି ପଡ଼ିଥିଲା। ବସ୍‌ରେ ତାରଟି ଲାଗିଯିବ ଦେଖି ସେଇଟିକୁ ଟିକେ ଉପରକୁ ଉଠାଇବାକୁ କଣ୍ଡକ୍ଟର ବସ୍‌ ଉପରକୁ ଚଢ଼ି ଯାଇଥିଲେ। ସେ ଏକ କାଠ ସାହାଯ୍ୟରେ ତାରଟିକୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାହା ଛିଡ଼ି ତାଙ୍କ ଉପରେ ପଡ଼ିଥିଲା। ସେ ଓ ତାଙ୍କ ପଛରେ ଥିବା ଡ୍ରାଇଭର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳି ଯାଇଥିଲେ। ସେହିପରି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ମାତ୍ରେ ବସ୍‌ଟିରେ ନିଆଁ ଲାଗିଯାଇଥିଲା। ବିଦ୍ୟୁତ୍ ଝଟକାରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୬ ଜଣ ଗୁରୁତରଙ୍କୁ ଯୋଧପୁର ଏମଡିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Share on:
WhatsApp
Please follow and like us:

54total visits,1visits today

Post navigation

ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଯିବ ୮ ଟ୍ରେନ୍‌
୧୮୩ କରୋନା ପଜିଟିଭ୍ ଚିହ୍ନଟ, ୧ ମୃତ

Related Articles

ସୋସିଆଲ ମିଡିଆ ଉପରେ ଲାଗିଲା ଅଙ୍କୁଶ, ଜାଣନ୍ତୁ କ’ଣ ?

Odisha News Lens
February 25, 2021

ମୃତ ମହିଳାଙ୍କୁ କାହିଁକି ଦିଆଗଲା ଫାଶୀ ଜାଣନ୍ତୁ ?

Odisha News Lens
February 25, 2021

୮୫% ପ୍ରଭାବଶାଳୀ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଟିକା

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

74 − = 69

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129390Total Visitors.