Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଚିଲିକା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ

January 17, 2021

ରବିବାର ସକାଳୁ ଚିଲିକା ଓ ଭିତରକନିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଚିଲିକାରେ ବନବିଭାଗ ଏବଂ ସି ଡି ଏ ଦ୍ୱାରା ଗଣନା ଆରମ୍ଭ ହୋଇଛି । ଏହି ଗଣନାରେ ୧୮ଟି ଟିମ ଏବଂ ମୋଟ ୧୦୯ ଜଣ କର୍ମଚାରୀ ସାମିଲ ଅଛନ୍ତି । ଚିଲିକାର ସାତପଡ଼ା ରେଞ୍ଜରୁ ୮ଟି ଏବଂ ବାଲୁଗାଁ ରେଞ୍ଜ ରୁ ୧୦ ଟିମ ଦ୍ୱାରା ଚାଲିଛି ଗଣତି କାର୍ଯ୍ୟ। ଏହି ଗଣନା କାର୍ଯ୍ୟରେ ବନବିଭାଗ, ସି ଡି ଏ କର୍ମଚାରୀ, ସ୍ବେଚ୍ଛାସେବୀ, ପରିବେଶବିତ, ଓୟୁଟି ଛାତ୍ର ସାମିଲ ଅଛନ୍ତି ।

ସେହିପରି ସକାଳ ୭ଟାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ ଗଣନା ଆରମ୍ଭ ହୋଇଛି । ଡଲଫିନ ବିଶାରଦ ମୁନ୍ତାଜ ଖାନଙ୍କ ନେତୃତ୍ୱରେ ବନବିଭାଗର ୯ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ୍ ଅଛନ୍ତି । ପ୍ରତି ଟିମରେ 5 ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଦେବୀ ମୁହାଣରୁ ଧାମରା ମୁହାଣ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଭିତନକନିକାରେ ୫ ପ୍ରକାର ଡଲଫିନ୍ ଦେଖିବାକୁ ମିଳନ୍ତି । ୨୦୧୫ ମସିହାରେ ଭିତରକନିକାରେ ୫ ପ୍ରଜାତିର ୨୭୦ଟି ଡଲଫିନ୍ ଦେଖିବାକୁ ମିଳିଥିଲା । ପୂର୍ବରୁ କେବଳ ଚିଲିକାରେ ଡଲଫିନ୍ ଗଣନା କରାଯାଉଥିଲା ଏବେ ଭିତରକନିକାରେ କରାଯାଉଛି ।

ସୂଚନା ଯେ, ୨୦୧୫ ମସିହାରେ ରାଜ୍ୟ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ଭିତରକନିକା, ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ଡଲଫିନ୍ ଗଣନା କରାଯାଉଛି ।

Share on:
WhatsApp
Please follow and like us:

38total visits,1visits today

Post navigation

‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନଙ୍କ ଦେହାନ୍ତ
ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଯିବ ୮ ଟ୍ରେନ୍‌

Related Articles

ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ

Odisha News Lens
February 25, 2021

ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ

Odisha News Lens
February 25, 2021

ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

2 + 4 =

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129223Total Visitors.