Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଡ୍ରମ୍ ବ୍ୟବସାୟୀଙ୍କୁ ଲକ୍ଷେ ୧୩ ହଜାର ଜରିମାନା

January 14, 2021

ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ ନିୟମ ଉଲ୍ଳଂଘନ କରିଥିବା ଜଣେ ଯୁବକଙ୍କୁ ୧ ଲକ୍ଷ ୧୩ ହଜାର ୫ ଶହ ଟଙ୍କାର ଜରିମାନାରେ ଦଣ୍ଡିତ କରାଯାଇଛି । ସହରର ଡିଆଇବି ଛକରେ ଗତକାଲି ଯାଞ୍ଚ ଚାଲିଥିବାବେଳେ ଧରାପଡ଼ିଥିଲେ ମଧ୍ୟପ୍ରଦେଶ ଅମରପୁର୍ର ପ୍ରକାଶ ବନଜରା । ସେ ବାଇକ୍‌ରେ ବୁଲି ବୁଲି ଡ୍ରମ ବ୍ୟବସାୟ କରନ୍ତି । ତେବେ ଗତକାଲି ବାଇକ୍‌ରେ ଗଲାବେଳେ ସେ ହେଲମେଟ୍ ପିନ୍ଧି ନଥିବା ବେଳେ ଚଲାଉଥିବା ବାଇକ୍‌ର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ନଥିଲା । ଏପରିକି ମଧ୍ୟପ୍ରଦେଶରୁ ଗାଡ଼ି କିଣି ବିନା ରେଜିଷ୍ଟ୍ରେସନ୍‌ରେ ରାୟଗଡ଼ାରେ ବ୍ୟବସାୟରେ ଲଗାଇଥିଲେ । ପରିବହନ ବିଭାଗର ଯାଂଚରେ ଏହା ଧରାପଡ଼ିବା ପରେ ବିନା ପଞ୍ଜିକରଣରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ, ବୀମା ନଥିବା ଓ ହେଲମେଟ ପିନ୍ଧି ନଥିବା କାରଣ ଦର୍ଶାଇ ୧ ଲକ୍ଷ ୧୩ ହଜାର ୫୦୦ ଟଙ୍କାର ଜରିମାନା କରାଯାଇଛି । ନୂତନ ମଟର ଯାନ ଆଇନ କାର୍ଯ୍ୟକାରୀ ପରେ ବାଇକ ଚାଳକଙ୍କ ନିକଟରୁ ଏତେ ଟଙ୍କା ଫାଇନ୍ ଆଦାୟ ହେବା ରାୟଗଡ଼ାରେ ପ୍ରଥମ ଘଟଣା।

Share on:
WhatsApp
Please follow and like us:

36total visits,3visits today

Post navigation

ମକରସଂକ୍ରାନ୍ତି ଓ ପୋଙ୍ଗଲରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଆସାମରେ ଭୂକମ୍ପ

Related Articles

ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା

Odisha News Lens
January 19, 2021

ବାଘ ଛାଲ ସହ ୨ ବେପାରୀ ଗିରଫ

Odisha News Lens
January 19, 2021

ଖୁବଶୀଘ୍ର ଆରମ୍ଭ କରାଯିବ ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

Odisha News Lens
January 19, 2021

Leave a Reply Cancel reply

Your email address will not be published. Required fields are marked *

78 + = 82

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911725Total Visitors.