Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

କୋଭିଡ୍ ପ୍ରଭାବ ହ୍ରାସ ପରେ ବଡ଼ କାର୍ଯ୍ୟକ୍ରମ : କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

January 13, 2021

ଗୁରୁବାର କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପ୍ରଭାବ ହ୍ରାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଗାଇଡଲାଇନକୁ ଅଧିକ ଫୋକସ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହେଲିପ୍ୟାଡରୁ ମୁଖ୍ୟମନ୍ତ୍ରୀ ମଞ୍ଚକୁ ଯିବା ଯାଏ କଣ ରହିବ ସୁରକ୍ଷା ବ୍ୟବସ୍ଥା, ତାହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସମାରୋହରେ ଯୋଗ ଦେବା ପାଇଁ ଆସୁଥିବା ଲୋକଙ୍କ ପାଇଁ କଳା ପୋଷାକ ଓ ବ୍ୟାଗ ମନା କରାଯାଇଛି । ସାଧାରଣ ଲୋକଙ୍କ ସହ ଭଲ ବ୍ୟବହାର ରହିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଜଳସେଚନ ହେବାକୁ ଥିବା ସବୁ ପଞ୍ଚାୟତର ସିଧାପ୍ରସାରଣ ହେବ । ସେସବୁ ପଞ୍ଚାୟତ ଗୁଡ଼ିକରେ ନିମନ୍ତ୍ରିତ ଦଳୀୟ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ରହି ଲୋକଙ୍କୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବେ । କାରଣ ଲୋକାର୍ପିତ ହେବ ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ ।

କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟକ୍ରମ । ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ଏଥିପାଇଁ କଳାହାଣ୍ଡି ଜୟପାଟଣା ବ୍ଲକ ମଙ୍ଗଳପୁରଠାରେ ଚାଲିଛି ଭବ୍ୟ ଆୟୋଜନ । ଉପସ୍ଥିତ ରହିବେ ପ୍ରାୟ ୮୦ ଜଣ ଏମ୍ଏଲ୍ଏ । ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯାଇଛି ୩ଟି ଷ୍ଟେଜ୍ । କାର୍ଯ୍ୟକ୍ରମକୁ RTPCR ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ହିଁ ଯାଇପାରିବେ । ତେଣୁ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଲାଗିପଡ଼ିଛନ୍ତି ଦଳର ସ୍ଥାନୀୟ ନେତାଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ ଓ ଜିଲ୍ଲା ପ୍ରଶାସନ ।

ପାଖାପାଖି ୨୫୦୦ ଲୋକ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଣ୍ଟ୍ରି ଗେଟରେ ସେମାନଙ୍କ ସବିଶେଷ ତଥ୍ୟ ଯାଞ୍ଚ କରିବେ ପୋଲିସ । ପୋଲିସ ପାଇଁ ମାସ୍କ ଓ ଫେସ୍ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । ସେହିପରି ଲୋକଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବାର ନିୟମ ରଖାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲସି ମିଳିତ ଭାବେ ଲୋକଙ୍କ ତାପମାତ୍ରା ଯାଞ୍ଚ କରିବେ । ବିନା ପାସରେ କାହାକୁ ଭିତରକୁ ଯିବାକୁ ଅନୁମତି ନାହିଁ । ସଭା ସମୟରେ ଅଧିକ ସମୟ ମୋବାଇଲ ଫୋନକୁ ନ ଦେବା ପାଇଁ ଚେତାବନୀ ଦେଇଛନ୍ତି କଳାହାଣ୍ଡି ଏସପି । କୌଣସି ଲୋକ ଯେପରି କଳା କପଡ଼ା ନ ଆଣିଥିବେ, ତାକୁ ସୁରକ୍ଷା ବ୍ୟବସ୍ଥାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବ୍ୟାଗ୍ ବି ଆଣି ପାରିବେ ନାହିଁ ଲୋକ ।

Share on:
WhatsApp
Please follow and like us:

44total visits,1visits today

Post navigation

ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ
ମହାଭିଯୋଗ ପ୍ରସ୍ତାବ : କାର୍ଯ୍ୟକାଳ ସରିବା ପୂର୍ବରୁ ବହିଷ୍କୃତ ହୋଇପାରନ୍ତି ଟ୍ରମ୍ପ

Related Articles

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଗିରଫ

Odisha News Lens
January 18, 2021January 18, 2021

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ, ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ରାସ୍ତାରୋକ

Odisha News Lens
January 17, 2021

କଳାହାଣ୍ଡି ଏବେ ଗରିବୀର ପରୀକ୍ଷାଗାର ନୁହେଁ, ଚାଷୀର ପ୍ରୟୋଗଶାଳା

Odisha News Lens
January 14, 2021

Leave a Reply Cancel reply

Your email address will not be published. Required fields are marked *

+ 62 = 65

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911288Total Visitors.