ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ପୁଲିସ ଏନ୍କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ ନାମ ହିଡମା ମୁଚାକି। ସେ ଦଣ୍ଡକାରଣ୍ୟ ମାଓ ଡିଭିଜନର ଡିସିଏମ୍ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।
ସୂଚନା ଅନୁସାରେ, ଗତକାଲି ଦାନ୍ତେଓ୍ଵାଡ଼ାର ‘ଡିଆର୍ଜି’ ଓ ‘ଏସ୍ଟିଏଫ୍’ ଯବାନମାନେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ଚଳାଉଥିବା ବେଳେ ଲ୍ୟାଣ୍ଡ୍ମାଇନ୍ ଆଦି ଉଦ୍ଧାର କରିଥିଲେ। ଏହି ସମୟ ଚିକପାଲ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍ ପକାଇଥିବା ସୂଚନା ପାଇବା ପରେ ଯବାନମାନେ ଜଙ୍ଗଲର ସେ ଅଞ୍ଚଳକୁ ଘେରାଉ କରିବାରୁ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ପ୍ରାୟ ୪୫ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିବା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପରେ ଗୁଳିବିନିମୟ ସ୍ଥାନରୁ ପୁଲିସ ଜଣେ ମୃତ ମାଓବାଦୀଙ୍କୁ ଉଦ୍ଧାର କରିଥଲା। ଏହି ନିହତ ମାଓବାଦୀ ଜଣକ ମାଓ ନେତା ତଥା ଏରିଆ କମାଣ୍ଡର୍ ହିଡ଼ମା ମୁଚାକିର ବୋଲି ପୁଲିସ ଅନୁମାନ କରୁଛି। ହିଡ଼ମା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ବନ୍ଧୁକ, ବିସ୍ଫୋରକ ଓ କେତେକ ମାଓବାଦୀ ସାମଗ୍ରୀ ଜବତ କରିଛି । ସର୍ଚ୍ଚ ଅପରେଶନ ଜାରି ରହିଥିବା ଦାନ୍ତଓ୍ବୋଡା ଏସ୍ପି ସୂଚନା ଦେଇଛନ୍ତି।
34total visits,2visits today