Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

January 13, 2021

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ‌ ମେଡିକାଲ କଲେଜ ଏବଂ ହସ୍‌ପିଟାଲ (ଏସ୍‌ସିବି)ରେ ଶ୍ରୀ ରାଓଙ୍କର ପରଲୋକ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ବ୍ରେନ୍‌ ଷ୍ଟୋକ୍‌ ଯୋଗୁଁ ପଦ୍ମଶ୍ରୀ ରାଓଙ୍କର ବିୟୋଗ ହୋଇଥିବା ସୂଚନା ଦିଆଯାଇଛି। ଶ୍ରୀ ରାଓଙ୍କ ଦେହାନ୍ତ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

ଡିସେମ୍ବର ୨୫ ତାରିଖରେ ଡି. ପ୍ରକାଶ ରାଓ ଅସୁସ୍ଥ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର ହୋଇଥିବା କରୋନା ଟେଷ୍ଟରେ ପଜିଟିଭ୍ ଆସିଥିଲା। ପରେ ତାଙ୍କୁ ଏସସିବି କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା।

କିଛି ଦିନ ତଳେ ତାଙ୍କର କୋଭିଡ୍ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା। ପରେ ତାଙ୍କୁ ସେଣ୍ଟ୍ରାଲ୍ ଆଇସିୟୁକୁ ସ୍ଥାନାନ୍ତର କରାଯିବା ପାଇଁ ଯୋଜନା କରାଯାଇଥିଲା। ଏହା ପୂର୍ବରୁ ଆଜି ଅପରାହ୍ନ ୪.୧୫ ମିନିଟ୍‌ରେ ଆଖି ବୁଜିଛନ୍ତି ଡି. ରାଓ। ବ୍ରେନ ଷ୍ଟ୍ରୋକରେ ତାଙ୍କର ପରଲୋକ ଘଟିଥିବା କହିଛନ୍ତି ତାଙ୍କ ଝିଅ।

କଟକ ସହରର ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ ୨୧୮ ଥର ରକ୍ତଦାନ କରି ଏକ ବିରଳ ରେକର୍ଡର ଅଧିକାରୀ ଥିଲେ । ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ଥିଲେ ବଡ । ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିଥିଲେ ଶ୍ରୀ ରାଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ । ୨୦୧୯ରେ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ।

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ସ୍ୱର୍ଗତଃ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Share on:
WhatsApp
Please follow and like us:

38total visits,2visits today

Post navigation

ପଜିଟିଭ ରିପୋର୍ଟ ଭୁଲ୍ , ଟୁର୍ଣ୍ଣାମେଣ୍ଟ ଖେଳିବେ ସାଇନା
ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

Related Articles

ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା

Odisha News Lens
January 19, 2021

ବାଘ ଛାଲ ସହ ୨ ବେପାରୀ ଗିରଫ

Odisha News Lens
January 19, 2021

ଖୁବଶୀଘ୍ର ଆରମ୍ଭ କରାଯିବ ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

Odisha News Lens
January 19, 2021

Leave a Reply Cancel reply

Your email address will not be published. Required fields are marked *

53 − = 48

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911208Total Visitors.