ଜଣେ ଦାୟିତ୍ୱହୀନ ଡାକ୍ତରଙ୍କ ପାଇଁ ନବଜାତ ଶିଶୁ ଓ ମା’ର ମୃତ୍ୟୁ ଘଟିଛି । ଘଟଣା ବିହାର ଖଗଡିଆ ଜିଲ୍ଲା ସ୍ଥିତ ମହେଶଖୁଣ୍ଟ ଥାନା ଅନ୍ତର୍ଗତ ଏକ ଘରୋଇ କ୍ଲିନିକରେ ଘଟିଛି । ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ପାଇଁ ଅପରେସନ କରିବାକୁ ପଡିଥିଲା। ଅପରେସନ ବେଳେ ଡାକ୍ତର ଶିଶୁର ମୁଣ୍ଡ କାଟିଦେଲେ । ଫଳରେ ଶିଶୁର ମୃତ୍ୟୁ ହୋଇଛି। କିଛି ସମୟ ପରେ ପ୍ରସୂତି ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ପରବତ୍ତା ଅନ୍ତର୍ଗତ ମହଦ୍ଦୀପୁର ଗାଁର ଅମିତ କୁମାର ପତ୍ନୀ ସଞ୍ଜୁ ଦେବୀଙ୍କ ପ୍ରସବ ପାଇଁ ଟାଟା ଏମେର୍ଜେନ୍ସି ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲ ପ୍ରଶାସନ ଅପରେସନ ସମୟରେ ଶିଶୁର ଗଳା କାଟି ଦେଇଥିଲେ । ତାପରେ ଶିଶୁକୁ ବାହାର କରାଯାଇଥିଲା। ସେତେବେଳେ ମହିଳାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ଯାଇଥିଲା। ଏହାପରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ମହିଳା ଓ ଶିଶୁର ମୃତ୍ୟୁ ଖବର ପାଇ ପରିବାର ଲୋକ ହଙ୍ଗାମା କରିଥିଲେ । ପରିବାର ଲୋକଙ୍କ ହଙ୍ଗାମା ଦେଖି ହସ୍ପିଟାଲ ସଞ୍ଚାଳକ ଓ କର୍ମଚାରୀ କ୍ଲିନିକ ଛାଡି ଫେରାର ହୋଇଯାଇଥିଲେ।
ଘଟଣା ପରେ ଗୋଗରି ଏସଡିଓ ସୁଭାଷ ଚନ୍ଦ୍ର ମଣ୍ଡଳ ଓ ଡିଏସପି ପିକେ ଝାଙ୍କ ସମେତ ଆଉ କିଛି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ସୁଝାଇ ହଙ୍ଗାମା ହଟାଇଥିଲେ । ଗୋଗରି ଅନୁମଣ୍ଡଳ ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡିତାଙ୍କ ଆବେଦନ ପରେ କ୍ଲିନିକକୁ ସିଲ କରିଦିଆଯାଇଛି ଏବଂ ସଞ୍ଚାଳକ ସମେତ ଅଧା ଡଜନ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।
37total visits,1visits today