ଜାନୁଆରୀ ୧୬ ରେ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ପୁଣେରେ ଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଟିକା ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ପହଁଚିଛି କରୋନା ଭ୍ୟାକସିନ । ଦେଶର ୧୫ ସହରକୁ ଟିକା ବିତରଣ ହେବାକୁ ଥିବାବେଳେ ପ୍ରଥମ ଟିକା ନୂଆଦିଲ୍ଲୀରେ ପହଁଚିଛି । ଟିକାକୁ ପ୍ରଥମେ କୋଲ୍ଡଷ୍ଟୋରେଜରେ ଗଛିତ ରଖାଯିବ । ଶନିବାର ପ୍ରଥମ ପର୍ଯାୟ ଟିକାକରଣ ଥିବାରୁ ବର୍ତ୍ତମାନ ଭ୍ୟାକସିନ ବିତରଣ ଆରମ୍ଭ ହୋଇଯାଇଛି ।
ସୂତ୍ର ଅନୁଯାୟୀ, କମ୍ପାନୀ, ଲଜିଷ୍ଟିକ ଫର୍ମ, ସରକାର ଓ ସମସ୍ତ ହସ୍ପିଟାଲ ପ୍ରଶାସନ ଭ୍ୟାକସିନ ଚୋରି ରୋକିବାକୁ ଫୁଲପ୍ରୁଫ ପ୍ଲାନ ପ୍ରସ୍ତୁତ କରୁଛନ୍ତି। ଭ୍ୟାକସିନ ନାଁରେ ଯେଭଳି କୌଣସି କଳାବଜାରୀ ନ ହୁଏ ତା ପ୍ରତି ମଧ୍ୟ ସରକାର ଓ ଭ୍ୟାକସିନ ନିର୍ମାଣକାରୀ ସତର୍କ ଅଛନ୍ତି । ଟ୍ରକରେ ୪୭୮ଟି ବକ୍ସ ଥିଲା ଏବଂ ପ୍ରତ୍ୟେକ ବକ୍ସର ଓଜନ ୩୨ କିଲୋଗ୍ରାମ। ସେଥିପାଇଁ ଭ୍ୟାକସିନକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଣାଯାଇଥିଲା। ଭ୍ୟାକସିନ ଟ୍ରକକୁ ଜେଡ ପ୍ଲସ ଭଳି ସିକ୍ୟୁରିଟି ଦିଆଯାଇଥିଲା। ଟ୍ରକ ଆଗରେ ଓ ପଛରେ ପୋଲିସ ଗାଡି ଥିଲା।
38total visits,1visits today