ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସାଇନା ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡରେ ଅଛନ୍ତି, ଯେଉଁଠାରେ ତାଙ୍କୁ ଡାକ୍ତରଖାନାରେ ପୃୃଥକ କରି ରଖାଯାଇଛି । କରୋନା ପଜିଟିଭ୍ ହେବା ପରେ ସାଇନା ନେହୱାଲଙ୍କୁ ବଡ ଝଟକା ଲାଗିଛି । କାରଣ ଜାନୁଆରୀ ୧୨ ରୁ ୧୭ ପର୍ଯ୍ୟନ୍ତ ୟୋନେକ୍ସ ଥାଇଲ୍ୟାଣ୍ଡ ଓପନ୍ ଖେଳାଯିବ । ଏହା ପରେ ୧୯ ରୁ ୨୪ ଜାନୁଆରୀ ମଧ୍ୟରେ ଟୟୋଟା ଥାଇଲ୍ୟାଣ୍ଡ ଓପନ୍ ଏବଂ BWF ୱାର୍ଲ୍ଡ ଟୁର୍ ଫାଇନାଲ୍ ୨୭ ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଖେଳାଯିବ ।
ଅକ୍ଟୋବରରୁ ସିନ୍ଧୁ ଇଂଲଣ୍ଡରେ ଟ୍ରେନିଙ୍ଗ ନେଉଛନ୍ତି। ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଥାଇଲ୍ୟାଣ୍ଡ ଓପନ୍ ସୁପର ୧୦୦୦ ଟୁର୍ନାମେଣ୍ଟରୁ ସାଇନା ନେହୱାଲ ଏକ ପ୍ରତିଯୋଗିତାମୂଳକ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଥିଲେ ।
କାରଣ ଏହାପୂର୍ବରୁ ବ୍ୟାଙ୍କକକ୍ ରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ପୂର୍ବରୁ ରଖାଯାଇଥିବା ପ୍ରତିବନ୍ଧକକୁ ନେଇ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଖୁସି ନଥିଲେ। କୋଭିଡ -୧୯ ପ୍ରୋଟୋକଲ ଅଧୀନରେ ଲଗାଯାଇଥିବା ପ୍ରତିବନ୍ଧକକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସାଇନା ଅନେକ ଟ୍ୱିଟ୍ କରିଥିଲେ।
37total visits,2visits today