Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମୃଦ୍ଧ ଅଂଚଳ ହେବ ଅନୁଗୁଳ – ଧର୍ମେନ୍ଦ୍ର ପ୍ରଧାନ

January 11, 2021

ଅନୁଗୁଳ, ଜାନୁଆରୀ ୧୦ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣି ଖଦାନ ଅଂଚଳ ଅନୁଗୁଳ ତଥା ତାଳଚେରର ବିକାଶ ପାଇଁ ଡିଏମଏଫ ଫଣ୍ଡ୍ ସମେତ କୋଇଲା ଉତ୍ପାଦନକୁ ବଢ଼ାଇବା ପାଇଁ ଅନେକ ଯୋଜନା କରିଛନ୍ତି । ଆଗାମୀ ଦିନ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲାକୁ ସମୃଦ୍ଧ ଅଂଚଳ କରାଯିବ ବୋଲି ରବିବାର ଅନୁଗୁଳ ଜିଲ୍ଲାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ଅନେକ ଲୋକଙ୍କୁ ଦଳରେ ସ୍ୱାଗତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ ଅନୁଗୁଳ, ଛେଣ୍ଡିପଦା, ପାଲଲହଡ଼ା, ତାଳଚେରର ଅନେକ କଂଗ୍ରେସ,ବିଜେଡ଼ି, ବିଏସପିର ଶତାଧିକ କର୍ମୀ ତଥା ଅନେକ ଯୁବକ ମାନଙ୍କୁ ଦଳରେ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦଳରେ ସମସ୍ତଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶାରେ ଦଳୀୟ ସଂଗଠନକୁ ମଜବୁତ୍ କରିବ ।

ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ବିକାଶ ପାଇଁ ପୂର୍ବଦୋୟର ଯୋଜନା ଆରମ୍ଭ କରିଥିବା ବେଳେ ଓଡ଼ିଶାକୁ ସମୃଦ୍ଧଶାଳୀ କରିବା ପାଇଁ ପଡ଼ିବ । ଏହାସହ ଅନୁଗୁଳ ତଥା ତାଳଚେରବାସୀଙ୍କ ସମ୍ପନ୍ନ ପାଇଁ ଉଦ୍ୟମ କରିବାକୁ ପଡ଼ିବ । ଅନୁଗୁଳ ତଥା ତାଳଚେରରେ ଯୁବକଙ୍କ ରୋଜଗାର ଓ ସ୍ୱରୋଜଗାରକୁ ବଢ଼ାଇବା ପାଇଁ ଉଦ୍ୟମ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନୁଗୁଳ ଜିଲ୍ଲା ଓଡ଼ିଶା ଅର୍ଥନୀତିର ପେଣ୍ଠସ୍ଥଳି ହେବ ବୋଲି ସେ କହିଛନ୍ତି ।

ଅନୁଗୁଳରେ ବିଜେପିର ହାତମୁଠାକୁ ଅଧିକ ଟାଣ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବାର୍ତାକୁ ଘରେ ଘରେ ପହଁଚାଇବା ସମେତ କାର୍ଯ୍ୟକର୍ତାମାନେ ସାମାଜିକ ଓ ଲୋକଙ୍କ ସମସ୍ୟାକୁ ଉଠାଇବା ଦରକାର ।

Share on:
WhatsApp
Please follow and like us:

46total visits,1visits today

Post navigation

ଓଡିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧି ହେବ – ଧର୍ମେନ୍ଦ୍ର ପ୍ରଧାନ
ବିଶ୍ୱବ୍ୟାପୀ ପ୍ରଦୂଷଣ କମାଇବାରେ ସ୍ଲରି ପାଇପ୍‌ଲାଇନ୍ ସହାୟକ ହେଉଛି : ସୋଆ କର୍ମଶାଳା

Related Articles

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଗିରଫ

Odisha News Lens
January 18, 2021January 18, 2021

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ, ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ରାସ୍ତାରୋକ

Odisha News Lens
January 17, 2021

କଳାହାଣ୍ଡି ଏବେ ଗରିବୀର ପରୀକ୍ଷାଗାର ନୁହେଁ, ଚାଷୀର ପ୍ରୟୋଗଶାଳା

Odisha News Lens
January 14, 2021

Leave a Reply Cancel reply

Your email address will not be published. Required fields are marked *

+ 41 = 44

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911301Total Visitors.