Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ବିଶ୍ବର ସବୁଠୁ ଲମ୍ବା ଉଡ଼ାଣ ଭରିଲେ ୪ ମହିଳା ପାଇଲଟ

January 11, 2021

ବିଶ୍ବର ସବୁଠାରୁ ଲମ୍ବା ଉଡାଣ ପୂରଣ କରିଛନ୍ତି ଏୟାର ଇଣ୍ଡିଆର ୪ ମହିଳା ପାଇଲଟ । ୧୬ ହଜାର କିଲୋମିଟରର ଦୀର୍ଘତମ ଉଡ଼ାଣ କରି ବେଙ୍ଗଲୁରୁର କାମ୍ପେଗୌଡ଼ା ବିମାନବନ୍ଦରରେ ଅବତରଣ କରିଛନ୍ତି । ଆମେରିକାର ସାନଫ୍ରାନ୍ସିସ୍‌ସ୍କୋରୁ ଉତ୍ତର ମେରୁ ଉପରେ ବିମାନ ଉଡ଼ାଇ ବେଙ୍ଗଲୁରୁରେ ପହଞ୍ଚିଛନ୍ତି । ଏହି ଦୀର୍ଘତମ ଯାତ୍ରାକୁ ପୂରଣ କରି ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ଏହାସହ ଏହି ୪ ମହିଳା ପାଇଲଟ୍ ଏୟାର ଇଣ୍ଡିଆ ପକ୍ଷରୁ ସାନ ସାନଫ୍ରାନ୍ସିସ୍‌ସ୍କୋରୁ ବେଙ୍ଗଲୁରୁ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କ୍ୟାପ୍ଟେନ୍‌ ଜୋୟା ଅଗ୍ରୱାଲ ଏହି ଉଡାଣର ନେତୃତ୍ବ ନେଇଥିଲେ। ଏହି ଦୀର୍ଘତମ ଯାତ୍ରା ପୂରଣ କରିବା ପାଇଁ ଏମାନଙ୍କୁ ୧୭ ଘଣ୍ଟା ସମୟ ଲାଗିଥିଲା। ଯାତ୍ରାକୁ ପୂରଣ କରି ପାଇଲଟମାନେ ୧୦ଟନ୍‌ ବିମାନ ଇନ୍ଧନ ମଧ୍ୟ ବଞ୍ଚାଇଛନ୍ତି। ଏହା ସମସ୍ତଙ୍କ ପାଇଁ ଉତ୍ସାହଜନକ ଅନୁଭୂତି ବୋଲି ଅନ୍ୟତମ ପାଇଲଟ ଶିବାନୀ ମନହସ କହିଛନ୍ତି।

ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଟୁଇଟ କରି ଏୟାର ଇଣ୍ଡିଆର ଇତିହାସ ରଚିଥିବା ଏହି ୪ ମହିଳା ପଇଲଟଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ସେ କହିଛନ୍ତି, ସାନ୍‌ଫ୍ରାନ୍ସିସ୍କୋରୁ ବେଙ୍ଗାଳୁରୁ ପର୍ଯ୍ୟନ୍ତ ଏହି ଐତିହାସିକ ଯାତ୍ରା କରି ମହିଳା ପାଇଟଲମାନେ ବନ୍ଦେ ଭାରତ ମିଶନକୁ ଆହୁରି ବିଶେଷ କରିଦେଇଛନ୍ତି । ଏହି ମିଶନ ବର୍ତ୍ତମାନ ଯାଏ ୪୫.୫ ଲକ୍ଷରୁ ଅଧିକ ଲୋକଙ୍କ ସୁବିଧା ଯୋଗାଇଛି ।

Share on:
WhatsApp
Please follow and like us:

39total visits,1visits today

Post navigation

ଧବଳେଶ୍ଵର ପୀଠରେ ସର୍ବସାଧାରଣ ଦର୍ଶନ ଆରମ୍ଭ
WHO ମ୍ୟାପରେ ସାଂଘାତିକ ଭୁଲ୍ : ଭାରତଠୁ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଭିନ୍ନ

Related Articles

୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ

Odisha News Lens
January 19, 2021

ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Odisha News Lens
January 19, 2021

ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

Odisha News Lens
January 19, 2021

Leave a Reply Cancel reply

Your email address will not be published. Required fields are marked *

59 + = 60

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911511Total Visitors.