Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ବାର୍ଡ ଫ୍ଲୁ ଆତଙ୍କ : ଦିଲ୍ଲୀର ପ୍ରତି ଜିଲ୍ଲାରେ ନଜର ରଖିବେ ସର୍ଭେଲାନ୍ସ ଟିମ

January 10, 2021

କରୋନା ମହାମାରୀ ଭିତରେ ଏବେ ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ । ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ତାନ, କେରଳ ଏବଂ ଉତ୍ତରପ୍ରେଦଶରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ରାଜଧାନୀ ଦିଲ୍ଲୀ, ଛତିଶଗଡ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ପକ୍ଷୀମାନଙ୍କ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି ।

ବାର୍ଡ ଫ୍ଲୁକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇ ଅଲର୍ଟ ଜାରି କରିଛନ୍ତି । ଗାଜିପୁରରେ ଥିବା କୁକୁଡା ଫାର୍ମକୁ ୧୦ ଦିନ ପାଇଁ ବନ୍ଦ କରାଯାଇଛି । ଦିଲ୍ଲୀର ପ୍ରତି ଜିଲ୍ଲାରେ ନଜର ରଖିବା ପାଇଁ ସର୍ଭେଲାନ୍ସ ଟିମ ଗଠନ ହୋଇଛି । ସେପଟେ ପଶୁ ଡାକ୍ତରମାନେ ଲଗାତାର ସର୍ଭେ ଜାରି ରଖିଛନ୍ତି । ଏଥିସହ ମୃତ ପକ୍ଷୀଙ୍କ ସୂଚନା ଦେବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି ଦିଲ୍ଲୀ ସରକାର।

ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ନେଇ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ରାଜଧାନୀର ଭିନ୍ନ ଭିନ୍ନ ଅଞ୍ଚଳରେ ଲଗାତର ପକ୍ଷୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି, ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ନିକଟରେ ଦିଲ୍ଲୀର ଏକ ପାର୍କରେ ୧୭ଟି କାଉ ମରିପଡିଥିବା ଦେଖିବାକୁ ମିଳିଛି । ସହିପରି ଦ୍ୱାରକା ଡିଡିଏ ପାର୍କରେ ୨ଟି କାଉର ମୃତ୍ୟୁ ହୋଇଛି। ଦିଲ୍ଲୀ ସଞ୍ଜୟ ନଦୀରେ ୧୦ଟି ବତକ ମରି ପଡିଛନ୍ତି । ମୟୂର ବିହାର ଫେଜ୍-୩ରେ ଥିବା ଏକ ପାର୍କ ଭିତରେ ତିନିରୁ ଚାରି ଦିନ ହେବ କାଉ ମରି ପଡୁଥିବା ଦେଖିବାକୁ ମିଳିଛି ।

Share on:
WhatsApp
Please follow and like us:

29total visits,1visits today

Post navigation

ବିଜୁଳି ବିଭ୍ରାଟ : ପାକିସ୍ତାନର ପ୍ରମୁଖ ସହର ଅନ୍ଧାରରେ
ନବ ଦାସଙ୍କ ଗାଡ଼ି ତାଲିକା ଦେଖି ହକ୍କାବକ୍କା, ତିନି ବର୍ଷରେ କିଣିଛନ୍ତି ୮୦ ଗାଡ଼ି

Related Articles

ବିଦ୍ୟୁତ୍ ତାର ଲାଗି ଜଳିଗଲା ବସ୍‌, ୬ ମୃତ

Odisha News Lens
January 17, 2021

ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଯିବ ୮ ଟ୍ରେନ୍‌

Odisha News Lens
January 17, 2021

ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ କ୍ଷତିପୂରଣ ଦେବ ଭାରତ ବାୟୋଟେକ୍

Odisha News Lens
January 16, 2021

Leave a Reply Cancel reply

Your email address will not be published. Required fields are marked *

44 − = 39

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ୧୮୩ କରୋନା ପଜିଟିଭ୍ ଚିହ୍ନଟ, ୧ ମୃତ
  • ବିଦ୍ୟୁତ୍ ତାର ଲାଗି ଜଳିଗଲା ବସ୍‌, ୬ ମୃତ
  • ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଯିବ ୮ ଟ୍ରେନ୍‌
  • ଚିଲିକା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ
  • ‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନଙ୍କ ଦେହାନ୍ତ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3897017Total Visitors.