Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ସୋଆ ପକ୍ଷରୁ ପ୍ରଥମ ଓଡିକନ୍ – ୨୦୨୧ ଆୟୋଜନ

January 9, 2021

ଭୁବନେଶ୍ୱର, ଜାନୁଆରୀ ୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଦୁଇ ଦିନିଆ ପ୍ରଥମ ଓଡ଼ିଶା ଅନ୍ତର୍ଜାତୀୟ କର୍ମଶାଳା ‘ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, କମୁନିକେସନ୍ ଆଣ୍ଡ କମ୍ପ୍ୟୁଟିଙ୍ଗ୍ ଟେକ୍ନୋଲୋଜି’ (ଓଡିକନ୍‌-୨୦୨୧)ର ଆୟୋଜନ କରାଯାଇଥିବା ବେଳେ ଏହି କର୍ମଶାଳାରେ ରିନ୍ୟୁଏବଲ୍ ଏନର୍ଜି ଏବଂ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା ।

ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଭର୍ଚୁଆଲ୍ କର୍ମଶାଳା ଶନିବାର ଶେଷ ହୋଇଛି ।

ଗବେଷକ, ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଗବେଷକ ଛାତ୍ରଛାତ୍ରୀଙ୍କୁ ଏକାଠି କରିବା ସହ ସେମାନଙ୍କ ଅନୁଭୂତିର ଆଦାନପ୍ରଦାନ, ନୂତନ ଚିନ୍ତାଧାରା ସମ୍ପର୍କିତ ଆଲୋଚନା ଏବଂ ଇଞ୍ଜିନିୟରିଂ, ବିଜ୍ଞାନ ଓ ପ୍ରଯୁକ୍ତି, ବିଶେଷ ଭାବରେ ସଷ୍ଟେନେବୁଲ୍ ଆଣ୍ଡ କ୍ଲିନ୍ ଏନର୍ଜି ଦିଗକୁ ନେଇ ଅଧିକ ଆଲୋଚନା କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସୂଚନା ଦେଇଛନ୍ତି ଆଇଟିଇଆର୍‌ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ତଥା ଓଡ଼ିକନ୍‌-୨୦୨୧ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍‌ଷ୍ଟିଚ୍ୟୁଟ୍ ର ପ୍ରଫେସର ସୁସ୍ମିତା ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଇଇଇ, ବାଂଲାଦେଶ ଶାଖାର ଚେୟାର ପ୍ରଫେସର ସେଲିଆ ସାହାନାଜ ସ୍ୱତନ୍ତ୍ର ଅତିଥି ଭାବେ ଯେ।।ଗ ଦେଇଥିଲେ । ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଇଇଇ, ଭୁବନେଶ୍ୱରର ଚେୟାର ପ୍ରଫେସର ଏ.କେ. ତ୍ରିପାଠୀ, ଆଇଆଇଟି, ଭୁବନେଶ୍ୱରର ତଥା ଆଇଇଇଇ, ଭୁବନେଶ୍ୱର ଉପଶାଖାର ସଚିବ ପ୍ରଫେସର ଏସ୍‌.ଆର୍‌. ସାମନ୍ତରାୟ ବକ୍ତା ଭାବେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।

ସେହିପରି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବାଂଲାଦେଶ ସ୍ଥିତ ବିୟୁଇଟିର ପ୍ରଫେସର ଶେଖ୍ ଫତାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଶିବାଜୀ ଚକ୍ରବର୍ତୀ ଏବଂ ମାଲେସିଆ ସ୍ଥିତ ୟୁନିଭର୍ସିଟି ଟେକ୍ନୋଲୋଜି ମାରାର ଡଃ ନୟିମ୍ ହନୁନ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ଓ ଆଇଆଇଟି, ଖଡଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର (ଡଃ) ଦାମୋଦର ଆଚାର୍ଯ୍ୟ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ.ସାହୁ, ସୋଆର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ) ପ୍ରଫେସର ପି.କେ. ନନ୍ଦ ଏବଂ ଓଡିକନ୍‌-୨୦୨୧ର ଅର୍ଗାନାଇଜିଂ ଚେୟାର ଡଃ ମନୋଜ କୁମାର ଦେବନାଥ ଏହି କର୍ମଶାଳାରେ ବକ୍ତବ୍ୟ ରଖିଥିଲେ ।

କର୍ମଶାଳାରେ ମନ୍‌ଟ୍ରିଲ୍ ସ୍ଥିତ କନ୍‌କର୍ଡିଆ ବିଶ୍ୱବିଦ୍ୟାଳୟର ଡଃ ଅକ୍ଷୟ କୁମାର ରାଠୋର୍‌, ଆଇଆଇଟି, ଦିଲ୍ଲୀର ପ୍ରଫେସର ବିଜୟ କେତନ ପାଣିଗ୍ରାହୀ, ଆଇଆଇଟି, ଭୁବନେଶ୍ୱରର ପ୍ରଫେସର ଗଣପତି ପଣ୍ଡା ଏବଂ ଆଇଏସ୍‌ଆଇ, କୋଲକାତାର ଡଃ ସ୍ୱାଗତମ୍ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

Share on:
WhatsApp
Please follow and like us:

32total visits,1visits today

Post navigation

“ଭାରତୀୟ ମହିଳା-ଆହ୍ୱାନ ଉପରେ ବିଜୟ, ପ୍ରତିବନ୍ଧକର ବିନାଶ” ପୁସ୍ତକକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶିଷ୍ଟ ସିଭିଟିଏସ୍ ସର୍ଜନ୍ ଙ୍କ ଯୋଗଦାନ

Related Articles

ବିଶ୍ୱବ୍ୟାପୀ ପ୍ରଦୂଷଣ କମାଇବାରେ ସ୍ଲରି ପାଇପ୍‌ଲାଇନ୍ ସହାୟକ ହେଉଛି : ସୋଆ କର୍ମଶାଳା

Odisha News Lens
January 11, 2021

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

Odisha News Lens
December 11, 2020

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

Odisha News Lens
November 26, 2020

Leave a Reply Cancel reply

Your email address will not be published. Required fields are marked *

94 − = 85

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ୧୮୩ କରୋନା ପଜିଟିଭ୍ ଚିହ୍ନଟ, ୧ ମୃତ
  • ବିଦ୍ୟୁତ୍ ତାର ଲାଗି ଜଳିଗଲା ବସ୍‌, ୬ ମୃତ
  • ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଯିବ ୮ ଟ୍ରେନ୍‌
  • ଚିଲିକା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ
  • ‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନଙ୍କ ଦେହାନ୍ତ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3896703Total Visitors.