Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

“ଭାରତୀୟ ମହିଳା-ଆହ୍ୱାନ ଉପରେ ବିଜୟ, ପ୍ରତିବନ୍ଧକର ବିନାଶ” ପୁସ୍ତକକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

January 9, 2021

ଭୁବନେଶ୍ୱର – ଭୁବନେଶ୍ୱର, ତା.୦୯/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମହିଳାଙ୍କୁ ସଶକ୍ତିକରଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ସହାୟତା ଉପରେ ଭାରତ ସରକାରଙ୍କ ଦ୍ୱାରା ଲିଖିତ ଓଡ଼ିଆ ଅନୁବାଦ ପୁସ୍ତକ “ଭାରତୀୟ ମହିଳା -ଆହ୍ୱାନ ଉପରେ ବିଜୟ, ପ୍ରତିବନ୍ଧକର ବିନାଶ”କୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତାଙ୍କ ଗହଣରେ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଏହି ପୁସ୍ତକ ଜରିଆରେ ଓଡିଶାର ମହିଳା ମାନଙ୍କ ପ୍ରତି ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱକୁ ରାଜ୍ୟର ସବୁ ମାଆ ଭଉଣୀଙ୍କ ପାଖରେ ପହଁଚାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେବଳ ମହିଳାଙ୍କ ବିକାଶ ହେଉନାହିଁ ବରଂ ଦେଶର ବିକାଶ ନେତୃତ୍ୱ ମହିଳାଙ୍କ ହାତରେ ପହଁଚୁଛି । ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ମାଆ-ଭଉଣୀଙ୍କୁ ସମ୍ମାନ ସହ ତାଙ୍କର ହକ୍ ଓ ଅଧିକାର ଦେଇଛନ୍ତି | ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତିର ଯାତ୍ରାରେ ମହିଳାଙ୍କୁ ଗୁରୁତ୍ୱ ହେଉ କିମ୍ବା ଯୁଦ୍ଧ କ୍ଷେତ୍ରରେ ମହିଳାଙ୍କୁ ଲଢେଇ କରିବାର ଅନୁମତି ହେଉ, ଶୌଚାଳୟର ସୁବିଧା ହେଉ କିମ୍ବା ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନର ଉପଲବ୍ଧି ତଥା ମହିଳା ମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ କିମ୍ବା କରୋନା ସମୟରେ ମହିଳା ମାନଙ୍କୁ ସହାୟତା ; ଏହା ସର୍ବୋପରି ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି ।

ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ ମାତ୍ର ପ୍ରଧାନମନ୍ତ୍ରୀଙ୍କର ଗରିବ ମାଆଙ୍କ ପ୍ରତି ପ୍ରତିବଦ୍ଧତା କାରଣରୁ ଆଜି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭର ହୋଇଛନ୍ତି । ମୋଦି ସରକାରରେ ଓଡିଶା ସମେତ ଭାରତବର୍ଷରେ ମହିଳାମାନେ ଅଧିକ ଲାଭ ହୋଇଛନ୍ତି । ମୋଦି ସରକାରରେ ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦିଆଯାଇଛି । ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ ଭାରତୀୟ ମହିଳାଙ୍କ ଉପରେ ଉନ୍ମୋଚିତ ପୁସ୍ତକକୁ ସମାଜର ସବୁ ବର୍ଗର ସବୁ ଲୋକଙ୍କ ପାଖରେ ପାଖରେ ପହଁଚାଇବାକୁ ପରାମର୍ଶ ଦେଇଥିଲେ । ଏହି ପୁସ୍ତକର ସମସ୍ତ ଉପସ୍ଥାପନା ଓ ତଥ୍ୟ ଓଡ଼ିଶାର ମହିଳା ତଥା ପାଠକ ମାନଙ୍କୁ ବେଶ୍ ପ୍ରଭାବିତ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଶ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଅସିବା ପରେ ମାତୃଶକ୍ତି ପାଇଁ ବହୁ କଲ୍ୟାଣମୁଳକ କାର୍ଯ୍ୟକରି ଆସୁଛନ୍ତି । ଶୈାଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନାରେ ମାଗଣା ରୋଷେଇ ଗ୍ୟାସ ବଂଟନ, ସୁକନ୍ୟା ସମୃଦ୍ଧି ଯୋଜନା, ମୁଦ୍ରା ଯୋଜନାରେ ମହିଳାମାନଙ୍କ ଅଂଶିଦାରୀତା ଭଳି ଅନେକ ମହିଳା କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ସହ ସଫଳ ରୂପାୟନ ମଧ୍ୟ କରିଛନ୍ତି । ଏଥି ସହ ମହିଳା ସୁରକ୍ଷାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ଅନ୍ୟ ପଟେ ରାଜ୍ୟରେ ଶିଶୁ ଓ ମହିଳାମାନେ ଅସୁରକ୍ଷିତ ହୋଇପଡିବା ଅତ୍ୟନ୍ତ ଚିନ୍ତାଦାୟକ ବିଷୟ ଅଟେ । ଆଜି ଉନ୍ମୋଚିତ ହୋଇଥିବା ଏହି ପୁସ୍ତକଟ ରାଜ୍ୟର ଅଗଣିତ ମାଁ, ଭଉଣୀଙ୍କ ସମେତ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହେବ ବୋଲି ଏହି ଅବସରରେ ରାଜ୍ୟସଭାପତି ଶ୍ରୀସମୀର ମହାନ୍ତି କହିଛନ୍ତି ।

ଦେଶର ଗ୍ରାମାଂଚଳରେ ବସବାସ କରୁଥିବା ମାଁ, ଭଉଣୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ସର୍ବଦା କାର୍ଯ୍ୟକରୁଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ତ ମହିଳା କଲ୍ୟାଣକାରୀ ‌ଯାଜନାଗୁଡିକୁ ତୃଣମୁଳସ୍ତରରେ ପହଂଚାଇବାକୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଏହି ପୁସ୍ତକ ଉନ୍ମୋଚନ ଅବସରରେ ସମସ୍ତ ମହିଳା କାର୍ଯ୍ୟକାର୍ତାଙ୍କୁ ଆହ୍ୱାନ କରିଛନ୍ତି |

ଏହି ଅବସରରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟଉପସଭାନେତ୍ରୀ ପ୍ରଭାତୀ ପରିଡା, ସୁକେଶୀଓରାମ ଓ ଅନୀତାଶୁଭଦର୍ଶୀନି, ରାଜ୍ୟସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର, ରାଜ୍ୟମୁଖପାତ୍ର ଠାକୁର ରଣଜିତ ଦାସ ଓ ସୋନାଲୀସାହୁ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଅନୁ ଚୈାଧୁରୀ, କାନନବାଲା ପଟ୍ଟନାୟକ ପ୍ରମୁଖଉପସ୍ଥିତ ଥିଲେ ।

Share on:
WhatsApp
Please follow and like us:

52total visits,1visits today

Post navigation

ସ୍ୱଚ୍ଛ ହେବ ବିନ୍ଦୁସାଗର : ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ସୋଆ ପକ୍ଷରୁ ପ୍ରଥମ ଓଡିକନ୍ – ୨୦୨୧ ଆୟୋଜନ

Related Articles

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଗିରଫ

Odisha News Lens
January 18, 2021January 18, 2021

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ, ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ରାସ୍ତାରୋକ

Odisha News Lens
January 17, 2021

କଳାହାଣ୍ଡି ଏବେ ଗରିବୀର ପରୀକ୍ଷାଗାର ନୁହେଁ, ଚାଷୀର ପ୍ରୟୋଗଶାଳା

Odisha News Lens
January 14, 2021

Leave a Reply Cancel reply

Your email address will not be published. Required fields are marked *

30 + = 37

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911441Total Visitors.