Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂହ ସୋଲାଙ୍କିଙ୍କ ପରଲୋକ

January 9, 2021

ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂହ ସୋଲାଙ୍କିଙ୍କ ୯୩ ବର୍ଷ ବୟସରେ ନିଧନ ହୋଇଛି । ସେ ଚାରି ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ । ଗୁଜୁରାଟ ରାଜନୀତିରେ ତାଙ୍କୁ କ୍ଷତ୍ରୀୟ, ହରିଜନ ଆଦିବାସୀ ଓ ମୁସଲିମ ଭୋଟ ବ୍ୟାଙ୍କ ତିଆରି କରିବାର ଶ୍ରେୟ ଦିଆଯାଇଥାଏ । କ୍ଷତ୍ରୀୟ, ହରିଜନ ଆଦିବାସୀ ଓ ମୁସଲିମ(ଖାମ୍) ଭୋଟକୁ ନେଇ ସୋଲାଙ୍କି ଯେଉଁ ସମୀକରଣ ତିଆରି କରିଥିଲେ ତାହା କଂଗ୍ରେସକୁ ଏକଦା ଗୁଜୁରାଟରେ ନମ୍ବର ଏକ ଶକ୍ତି କରିଥିଲା । ୧୯୮୦ ଦଶକରେ ସୋଲାଙ୍କି ଏହି ୪ ବର୍ଗର ସମର୍ଥନରେ ବହୁମତ ପାଇ କ୍ଷମତାକୁ ଆସିଥିଲେ ।

୩୦ ଜୁଲାଇ ୧୯୨୭ରେ ସେ ଜନ୍ମ ଗ୍ରହଣ କରିଥିଲେ ସୋଲାଙ୍କି। ସେ ରାଜନେତା ସହିତ ଜଣେ ଆଇନଜୀବୀ ମଧ୍ୟ ଥିଲେ। ପ୍ରଥମ ଥର ପାଇଁ ସେ ୧୯୭୭ ମସିହାରେ ଗୁଜୁରାଟ ବିଧାନସଭାକୁ ପ୍ରବେଶ କରିଥିଲେ । ୧୯୮୦ରେ ସୋଲାଙ୍କି ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ (କେଏଚଏଏମ୍) (ଖାମ୍) ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ । ସୋଲାଙ୍କିଙ୍କ ଖାମ୍ ଚାଲ ଦ୍ୱାରା କଂଗ୍ରେସ ବିଧାନସଭାର ୧୮୨ ଆସନରୁ ୧୪୧ ସିଟ୍ ଜିତି ପାରିଥିଲା । ସେତେବେଳେ ବିଜେପିକୁ ମାତ୍ର ୯ ଆସନ ମିଳିଥିଲା । ତେବେ ସୋଲାଙ୍କିଙ୍କ ଏହି ନୀତି କାରଣରୁ ଗୁଜୁରାଟ ରାଜନୀତିରେ ପ୍ରଭାବ ରଖୁଥିବା ପଟେଲ ଭୋଟ ବ୍ୟାଙ୍କ କଂଗ୍ରେସଠାରୁ ଅଲଗା ହୋଇଯାଇଥିଲେ । ଯାହା ପରେ ବିଜେପିକୁ ଫାଇଦା ପହଂଚାଇଥିଲା । ସୋଲାଙ୍କି ୨୧ ଜୁନ୍ ୧୯୯୧ରୁ ୩୧ ମାର୍ଚ୍ଚ ୧୯୯୨ ଯାଏ ବୈଦେଶିକ ମନ୍ତ୍ରୀ ଥିଲେ।

Share on:
WhatsApp
Please follow and like us:

40total visits,1visits today

Post navigation

ନ୍ୟୁ-ବର୍ଣ୍ଣ ୱାର୍ଡରେ ଅଗ୍ନିକାଣ୍ଡ : ଶ୍ୱାସରୁଦ୍ଧ ହୋଇ ୧୦ ଶିଶୁଙ୍କ ମୃତ୍ୟୁ
୨୦୬ ପଜିଟିଭ୍ ଚିହ୍ନଟ, ଜଣେ ମୃତ

Related Articles

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଗିରଫ

Odisha News Lens
January 18, 2021January 18, 2021

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ, ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ରାସ୍ତାରୋକ

Odisha News Lens
January 17, 2021

କଳାହାଣ୍ଡି ଏବେ ଗରିବୀର ପରୀକ୍ଷାଗାର ନୁହେଁ, ଚାଷୀର ପ୍ରୟୋଗଶାଳା

Odisha News Lens
January 14, 2021

Leave a Reply Cancel reply

Your email address will not be published. Required fields are marked *

2 + 1 =

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911622Total Visitors.