Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ସୋନୁ ସୁଦଙ୍କ ବିରୋଧରେ ବିଏମ୍‌ସିର ଏତଲା

January 7, 2021

ବ୍ରିହାନ୍‌ମୁମ୍ବାଇ ମୁନିସିପାଲ୍ କର୍ପୋରେଶନ ସୋନୁ ସୁଦଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଛି । ଶକ୍ତି ନଗର ରେସିଡେନ୍ସିଆଲ୍ ଅଂଚଳରେ ଏକ ୬ମହଲା ବିଶିଷ୍ଟ ଘରକୁ ସୋନୁ ହୋଟେଲରେ ପରିବର୍ତ୍ତନ କରିଥିଲେ । ହେଲେ ଏଥିପାଇଁ ସୋନୁ କୁଆଡେ ସମସ୍ତ ଅନୁମତି ନେଇନାହାନ୍ତି । ଏହି କାରଣରୁ ବିଏମ୍‌ସି ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛି । ତେଣୁ ସୋନୁଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ୍ ପ୍ଲାନିଂ ନିୟମ (ଧାରା-୭) କୁ ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି ।

ବିଏମସି ତରଫରୁ ଜାନୁଆରୀ ୪ ତାରିଖରେ ଜୁହୁ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସୋନୁ ସୁଦ ଏ.ବି ନାୟାର ରୋଡ ନିକଟରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି । ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା ଅଟେ ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ । ବିଏମସି ଅହୁରି ଅଭିଯୋଗ କରିଛି କି ସୋନୁ ସୁଦ୍ଦ ନିଜେ ଏହି ଜମିର କିଶମ ପରିବର୍ତ୍ତନ କରିଦେଇଛନ୍ତି । ଏହା ସହ ବିଏମସିର ବିନା ପରାମର୍ଶରେ ଅନୁମତି ଠାରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ କରିଛନ୍ତି । ଏହାସହ ଅବାସିକ କୋଠାକୁ ବାଣିଜ୍ୟ କାରବାର ନିମନ୍ତେ ବ୍ୟବହାର କରୁଛନ୍ତି । ଏନେଇ ବିଏମସି ଠାରୁ ଯେଉଁ ଅନୁମତି ଓ ପ୍ଲାନିଂ ନେବା କଥା ତାହା ସେ କରି ନାହାନ୍ତି ।

ସୋନୁଙ୍କ ନାମରେ ଏଭଳି ଅଭିଯୋଗ ଆସିବା ପରେ ସେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେ ପ୍ରଥମେ ଏହି କୋଠାର ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଏମସି ଠାରୁ ଅନୁମତି ନେଇଛନ୍ତି ଓ ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟର ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି ।

Share on:
WhatsApp
Please follow and like us:

47total visits,1visits today

Post navigation

୨୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଖୋଲିବ ସ୍କୁଲ : ଛାତ୍ରଛାତ୍ରୀ ଗୋଟିଏ ସିଟ୍‌ରେ ବସିବେ, ବଦଳ କରିପାରିବେ ନାହିଁ

Related Articles

୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ

Odisha News Lens
January 19, 2021

ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

Odisha News Lens
January 19, 2021

ଫୁଟ୍‌ପାଥରେ ଶୋଇଥିବା ୧୫ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍

Odisha News Lens
January 19, 2021

Leave a Reply Cancel reply

Your email address will not be published. Required fields are marked *

36 + = 42

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911741Total Visitors.