Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଡିସେମ୍ବରରେ ଆଦାୟ ହୋଇଛି ଅଧିକ ଜିଏସଟି

January 4, 2021

ଦେଶରେ ଡିସେମ୍ବର ମାସରେ ଆଦାୟ ହୋଇଛି ଅଧିକ ଜିଏସଟି । ଏହି ମାସରେ ସର୍ବାଧିକ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ୨୦୨୦ ବର୍ଷ ନଭେମ୍ବର ମାସରେ ଜିଏସ୍‌ଟି ଆଦାୟ ୧ କୋଟି ଅତିକ୍ରମ କରିଥିଲା। ଡିସେମ୍ବର ମାସରେ ଏଥିରେ ବୃଦ୍ଧି ହୋଇ ୧ ଲକ୍ଷ ୧୫ ହଜାର ୧୭୪ (୧,୧୫,୧୭୪) ହୋଇଛି। ୨୦୧୯ ବର୍ଷ ଡିସେମ୍ବର ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ତୁଳନାରେ ଏଥର ୧୨ ପ୍ରତିଶତ ଅଧିକ ଆଦାୟ ହୋଇଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ସୂଚନା ଦେଇଛନ୍ତି। ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଗତ ଦେଢ଼ ମାସରୁ ୨ ମାସ ଭିତରେ ପ୍ରାୟ ୧୮୦ ଲୋକଙ୍କୁ ଗିରଫ କରାଗଲାଣି । ଏମାନଙ୍କ ଭିତରେ ଅନେକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି ବୋଲି ଅର୍ଥ ସଚିବ କହିଛନ୍ତି।

ଦେଶର ଦ୍ରାଦ୍ରା ଓ ନଗର ହାବେଳିରେ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ଏଠାରେ ବର୍ଷକୁ ବର୍ଷ ଦ୍ରବ୍ୟ ଓ ସେବାକର ଆଦାୟ ୬୮ ପ୍ରତିଶତ ବୃଦ୍ଧି ହେଉଛି । ଏହା ପଛକୁ ରହିଛି ତ୍ରିପୁରା ଏଠାରେ ବର୍ଷକୁ ବର୍ଷ ୨୫ ପ୍ରତିଶତ ଜିଏସ୍‌ଟି ଆଦାୟ ବୃଦ୍ଧି ପାଉଛି।

ଜିଏସ୍‌ଟି ଆଦାୟକୁ ନେଇ ଅର୍ଥ ସଚିବ କହିଛନ୍ତି, ଦେଶରେ ଏବେ ଅର୍ଥନୀତି ଟ୍ରାକ୍‌କୁ ଫେରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ କରାଯାଇଛି। ଯେଉଁମାନେ ଜିଏସ୍‌ଟି ଫାଙ୍କିବା ପାଇଁ ଉଦ୍ୟମ କରୁଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସିଷ୍ଟମର ଅପବ୍ୟବହାର ରୋକିବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଯାହା ଫଳରେ ଜିଏସ୍‌ଟି ଆଦାୟ ବଢ଼ିଛି। ଜିଏସ୍‌ଟି ଠକେଇ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି।

Share on:
WhatsApp
Please follow and like us:

29total visits,1visits today

Post navigation

ଶ୍ମଶାନ ଘର ଛାତ ଭୁଶୁଡ଼ିବା ଘଟଣାରେ ୩ ଗିରଫ
‘କୋଭିସିଲ୍‌ଡ୍‌’ ଉତ୍ପାଦନ ଲାଗି ‘ସେରମ୍‌‌’କୁ ଅନୁମତି

Related Articles

୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ

Odisha News Lens
January 19, 2021

ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

Odisha News Lens
January 19, 2021

ଫୁଟ୍‌ପାଥରେ ଶୋଇଥିବା ୧୫ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍

Odisha News Lens
January 19, 2021

Leave a Reply Cancel reply

Your email address will not be published. Required fields are marked *

18 − 16 =

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911262Total Visitors.