ଗୁରୁବାର ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନିକଟସ୍ଥ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗୁଳି ବିନିମୟରେ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଗୋଟିଏ ଏକେ-୪୭ ଜବତ ହୋଇଛି ।
ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ମାଓନେତା କିଶୋରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମାଓବାଦୀ ଆହତ ହୋଇଛି। ଘଟଣାସ୍ଥଳରୁ ମାଓ କ୍ୟାମ୍ପ, ଏକେ -୪୭ ସହ ବହୁ ଗୁଳିଗୋଳା ଜବତ କରାଯାଇଥିବା ସୂଚନା ମିଳିଛି।
Please follow and like us:
79total visits,2visits today