ରାଜ୍ୟରେ ଗୁରୁବାର ଆଉ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩ ଜଣ ଆରୋଗ୍ୟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୦, ମୟୂରଭଞ୍ଜରୁ ୫୩, ଅନୁଗୁଳରୁ ୪୪, ଜଗତସିଂହପୁରରୁ ୪୦, କଟକରୁ ୩୯, ନବରଙ୍ଗପୁରରୁ ୩୭, ନୂଆପଡ଼ାରୁ ୩୬, ଝାରସୁୁଗୁଡ଼ାରୁ ୩୩, କେନ୍ଦୁଝରରୁ ୩୨, ପୁରୀରୁ ୩୨, ବଲାଙ୍ଗିରରୁ ୩୦ ଓ କେନ୍ଦ୍ରାପଡ଼ାରୁ ୩୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ ୨୦, ଗଞ୍ଜାମରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୫, ବରଗଡ଼ରୁ ୧୪, ଯାଜପୁରରୁ ୧୪, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୩, କୋରାପୁଟରୁ ୧୧, ମାଲକାନଗିରିରୁ ୯, ରାୟଗଡ଼ାରୁ ୭, ସୋନପୁରରୁ ୭, ନୟାଗଡ଼ରୁ ୬, ଦେବଗଡ଼ରୁ ୪, ଗଜପତିରୁ ୪, କନ୍ଧମାଳରୁ ୪, ବୌଦ୍ଧରୁ ୨ ଓ ଷ୍ଟେଟ୍ ପୁଲ୍ରୁ ୧୩ ଜଣ ଆରୋଗ୍ୟ ହୋଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୧୬,୬୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୦୪ ଜଣଙ୍କର ମୃତ୍ୟୁ ହୋଇଛି ।
Please follow and like us:
68total visits,1visits today