Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ମନେପକାଇ ଆବେଗଭରା ଟ୍ୱିଟ୍ କଲେ ରତନ ଟାଟା

November 26, 2020November 27, 2020

୨୦୦୮ ମସିହା ନଭେମ୍ବର ୨୬ (୨୬/୧୧)ରେ ହୋଇଥିବା ମୁମ୍ବାଇର ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମନେପକାଇଛନ୍ତି ଦେଶର ନାମୀ ଶିଳ୍ପପତି ରତନ ଟାଟା। ୧୨ ବର୍ଷ ତଳେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ମୁମ୍ବାଇର ଅଲଗା ଅଲଗା ସହରରେ ଭୟଙ୍କର ଗୁଳିବର୍ଷା କରିଥିଲେ। ଏହି ଆତ୍ମଘାତୀ ଆକ୍ରମଣରେ ଆତଙ୍କୀମାନେ ତାଜ ହୋଟେଲ ଉପରକୁ ଅଧିକ ଟାର୍ଗେଟ୍ କରିଥିଲେ। ଘଣ୍ଟା ଘଣ୍ଟା ଧରି ହୋଇଥିବା ଏହି ଲୋମଟାଙ୍କୁରା ଆକ୍ରମଣରେ ଆତଙ୍କବାଦୀମାନେ ଖୋଜି ଖୋଜି ନିର୍ଦ୍ଦୋଷଙ୍କୁ ମାରିଥିଲେ।

pic.twitter.com/3qnuvXfE6M

— Ratan N. Tata (@RNTata2000) November 26, 2020

ଆଜି ମୁମ୍ବାଇ ଆକ୍ରମଣର ବାର୍ଷିକୀ ଅବସରରେ ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା ଭାବଭରା ପୋଷ୍ଟ ଲେଖିଛନ୍ତି। ଟାଟା ନିଜର ଟୁଇଟର୍ ଆକାଉଣ୍ଟରେ ଲେଖିଛନ୍ତି, ଶତ୍ରୁ ଉପରେ ବିଜୟ ହାସଲ ପାଇଁ ଯେଉଁମାନେ ଲଢ଼ିଛନ୍ତି, ଆମେ ସେମାନଙ୍କ ବଳିଦାନକୁ ସର୍ବଦା ମନେ ରଖିବୁ।

ଉଲ୍ଲେଖଯୋଗ୍ୟ, ୨୦୦୮, ନଭେମ୍ବର ୨୬ ତାରିଖରେ ଲସ୍କର-ଏ-ତୋଇବାର ୧୦ଜଣ ଆତଙ୍କବାଦୀ ସମୁଦ୍ର ଦେଇ ଏଠାରେ ପହଞ୍ଚିଥିଲେ। ଏହି ଭୟଙ୍କର ଆକ୍ରମଣରେ ୧୮ ସୁରକ୍ଷାକର୍ମୀଙ୍କ ସମେତ ୧୬୬ ଜଣ ଲୋକ ପ୍ରାଣ ହରାଇଥିବା ଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ୨୬/୧୧ ମୁମ୍ବାଇ ଆକ୍ରମଣରେ ହୋଇଥିବା କ୍ଷତିର ଭରଣା କରିବା ପାଇଁ ଏହି ଆଇକନିକ୍‌ ହୋଟେଲ୍‌କୁ ପ୍ରାୟ କେତେ ମାସ ଲାଗି ଯାଇଥିଲା। ଆକ୍ରମଣର ମାସକ ପରେ ହୋଟେଲ୍‌ ଖୋଲିଥିଲା।

Share on:
WhatsApp
Please follow and like us:

78total visits,1visits today

Post navigation

ଭିଜିଲାନ୍ସ ଅଫିସରଙ୍କ ହୋସ୍ ଉଡାଇଲାଣି ଆଇଏଫ୍‌ଏସଙ୍କ ସମ୍ପତ୍ତି : ଚଢ଼ଉ ଜାରି, ଗଣତି ସରୁନି
ଭାରତରେ ଏକ ଦେଶ ଏକ ନିର୍ବାଚନ ହେବା ଜରୁରୀ : ମୋଦି

Related Articles

୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ

Odisha News Lens
January 19, 2021

ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

Odisha News Lens
January 19, 2021

ଫୁଟ୍‌ପାଥରେ ଶୋଇଥିବା ୧୫ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍

Odisha News Lens
January 19, 2021

Leave a Reply Cancel reply

Your email address will not be published. Required fields are marked *

6 + 2 =

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା
  • ବାଘ ଛାଲ ସହ ୨ ବେପାରୀ ଗିରଫ
  • ୬ ପଡୋଶୀ ଦେଶଙ୍କୁ କରୋନା ଟିକା ଦେବ ଭାରତ, ତାଲିକାରେ ନାହିଁ ପାକିସ୍ତାନ ନାଁ
  • ବିଜୟ ପରେ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ବୋନସ୍ ଘୋଷଣା
  • ଐତିହାସିକ ବିଜୟ : ଅଷ୍ଟ୍ରେଲିଆର ୩୨ ବର୍ଷର ଗର୍ବ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3911680Total Visitors.