Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଭିଜିଲାନ୍ସ ଅଫିସରଙ୍କ ହୋସ୍ ଉଡାଇଲାଣି ଆଇଏଫ୍‌ଏସଙ୍କ ସମ୍ପତ୍ତି : ଚଢ଼ଉ ଜାରି, ଗଣତି ସରୁନି

November 26, 2020November 27, 2020

ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିଛି। ଯାହାକି ଭିଜିଲାନ୍ସ ବିଭାଗ ଅଫିସରଙ୍କ ହୋସ୍ ଉଡ଼ାଇ ଦେଇଛି। ଏହା ଓଡ଼ିଶା ଭିଜିଲାନ୍ସର ସବୁଠାରୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଗତକାଲିଠାରୁ ଜାରି ରହିଛି ତଲାସୀ, ମିଳୁଛି ଅମାପ ସଂପତ୍ତି ।

ଆଜି ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଆଣିଛି। ଆଇଏଫଏସ୍ ଶ୍ରୀ ପାଠକଙ୍କ କାର୍ଯ୍ୟକଳାପ ଯେତିକି ର୍ଦୁନୀତିଗ୍ରସ୍ତ ତାଙ୍କଠୁ ଢ଼େରଗୁଣ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇଛନ୍ତି ତାଙ୍କ ପୁଅ ଆକାଶ ପାଠକ। ମୁମ୍ବାଇରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଆକାଶ ଭଡ଼ାରେ ରହିବା ନିମନ୍ତେ ଘରଭଡ଼ା ବାବଦରେ କୋଟିଏ ଟଙ୍କାରୁ ଅଧିକ ଦେଇଥିବାବେଳେ ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲରେ ୯୦ଲକ୍ଷରୁ ଅଧିକ ଟଙ୍କାର ବିଲ୍ ପୈଠ କରିଛନ୍ତି। କେବଳ ସେତିକି ନୁହେଁ ମାଲେସିଆ, ହଂକଂ, ୟୁକେ, ୟୁଏଇ ଓ ମାଳଦୀପ ଭଳି ଦେଶକୁ ଚାର୍ଟର ପ୍ଲେନରେ ଯିବା ପାଇଁ ୩କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ଉଭୟ ଅଭୟ ଓ ତାଙ୍କ ପୁଅ ଆକାଶଙ୍କର ଜୀବନଶୈଳୀ ଓ ଜବତ ହେଉଥିବା ଆୟବର୍ହିଭୁତ ସମ୍ପତ୍ତି କୁ ଦେଖିଲେ ରାଜ୍ୟ ରାଜକୋଷକୁ କିଭଳି ଚଳୂ କରାଯାଇଛି ତାହା ଜଣାପଡ଼ୁଛି। ତାଙ୍କୁ ସଂପତ୍ତି ଠୁଳ ନେଇ ଅଧିକ ପଚରାଉଚରା କରାଯିବ। କାରଣ ତାଙ୍କ ନାମରେ ବହୁପରିମାଣରେ ଅର୍ଥ, ଏକାଧିକ ଦାମୀ ଗାଡ଼ି ଓ ସଂପତ୍ତି ରହିଥିବା ସୂଚନା ମିଳିଛି।

ଗତକାଲିଠାରୁ ୧୩ଟି ସ୍ଥାନରେ ଚଢ଼ାଉ ଜାରି ଅଛି । ଏହା ମଧ୍ୟରେ ଅଭୟକାନ୍ତଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଗୃହ, ଭୁବନେଶ୍ୱରସ୍ଥିତ ଫ୍ଲାଟ୍, ଘାଟିକିଆ ବିପୁଲ ଗାର୍ଡେନରେ ଥିବା ସମ୍ପର୍କୀୟଙ୍କ ଘର, ପିପିଲିରେ ଥିବା ଡ୍ରାଇଭରର ଘର, ବିହାର ଖଗାରିଆ ଜିଲ୍ଲାର ବିଷ୍ଣୁପୁରସ୍ଥିତ ପୈତୃକ ବାସଭବନ, ପୁରେ ଥିବା ଦୁଇଟି ବିଳାସୀୟ ଆପାର୍ଟମେଣ୍ଟ (ଗଡସ ବ୍ଲେସିଙ୍ଗ, ୱାଟରସ ଆପାର୍ଟମେଣ୍ଟ), ପୁନେରେ ଥିବା ନିଜ କାର୍ଯ୍ୟାଳୟ, ପୁନେ ମୁଲସିରେ ନିଆଯାଇଥିବା ଭଡ଼ା ଫାର୍ମହାଉସ୍, ପୁନେ ସମତା କଲୋନିରେ ଥିବା ପୁଅର ମ୍ୟାନେଜର ଘର, ମୁମ୍ବାଇର ଜୁହୁ ଓ ମୁଲୁନ୍ଦରେ ଥିବା ପୁଅର ସହଯୋଗୀଙ୍କ ବାସଭବନ ଓ ରେଷ୍ଟୁରାଣ୍ଟ । ଏଥିସହ ଭୁବନେଶ୍ୱର, ମହାରାଷ୍ଟ୍ରର ପୁନେ ଓ ରାଜସ୍ଥାନର ଉଦୟପୁରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ତଲାସୀ ଚାଲିଛି । ଏ ପର୍ଯ୍ୟନ୍ତ ଚଢ଼ାଉରେ ନଗଦ ୬୦ ଲକ୍ଷ ଟଙ୍କା, ୮ ଶହ ଗ୍ରାମ ସୁନା, ୨୩ ଲକ୍ଷର ସୁନା କ୍ରୟ କାଗଜପତ୍ର ମିଳିପାରିଛି ।

ପୁଅ ଆକାଉଣ୍ଟରେ ୯.୪ କୋଟି ଟଙ୍କା ରହିଛି । ଏଥିରୁ କେବଳ ୮.୪ କୋଟି ଟଙ୍କା ଭୁବନେଶ୍ୱରର ଏକ ବ୍ୟାଙ୍କରେ ରହିଛି । ଏଥିରୁ ଅଧିକାଂଶ ସହିଦ ନଗରର ଏକ ଏଟିଏମ ଦ୍ୱାରା ଜମା ହୋଇଛି । ଅଭୟକାନ୍ତଙ୍କ ଘରୁ ବିଏମଡବ୍ଲୁ, ମର୍ସିଡିସ, ଟାଟା ହ୍ୟାରିଅର ଭଳି ଦାମୀ କାର ଏବଂ ତିନୋଟି ୟାମା ଏଫଜେଡଏସ ବାଇକ୍ ମିଳିଛି । ପୁନେରେ ତିନୋଟି ମର୍ସିଡିସ୍ ଭଡ଼ାରେ ୨୫ ଲକ୍ଷ ଖର୍ଚ୍ଚ କରାଯାଇଛି । ପୁନେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର ଏବଂ ଦିଲ୍ଲୀକୁ ଚାର୍ଟର ଫ୍ଲାଇଟରେ ଯିବା ଖର୍ଚ୍ଚ ୩ କୋଟି ହୋଇଥିବା ଜଣାପଡ଼ିଛି ।

Share on:
WhatsApp
Please follow and like us:

96total visits,1visits today

Post navigation

ପରୀ ମୃତ୍ୟୁ ଘଟଣା ମୋତେ ମର୍ମାହତ କରିଛି , ପରିବାରକୁ ନ୍ୟାୟ ମିଳୁ : ମନ୍ତ୍ରୀ ଅରୁଣ ସାହୁ
୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ମନେପକାଇ ଆବେଗଭରା ଟ୍ୱିଟ୍ କଲେ ରତନ ଟାଟା

Related Articles

୧୮୩ କରୋନା ପଜିଟିଭ୍ ଚିହ୍ନଟ, ୧ ମୃତ

Odisha News Lens
January 17, 2021

ଚିଲିକା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ

Odisha News Lens
January 17, 2021

ଫେରିଲା ଥଣ୍ଡା : ୧୦ ଡିଗ୍ରୀ ତଳେ ୫ ସହର ତାପମାତ୍ରା

Odisha News Lens
January 17, 2021

Leave a Reply Cancel reply

Your email address will not be published. Required fields are marked *

6 + 3 =

ଟ୍ରେଣ୍ଡିଙ୍ଗ ଖବର

  • ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଷଡଯନ୍ତ୍ର
  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ

Like us on Facebook

Recent Posts

  • ୧୮୩ କରୋନା ପଜିଟିଭ୍ ଚିହ୍ନଟ, ୧ ମୃତ
  • ବିଦ୍ୟୁତ୍ ତାର ଲାଗି ଜଳିଗଲା ବସ୍‌, ୬ ମୃତ
  • ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସିଧାସଳଖ ଯିବ ୮ ଟ୍ରେନ୍‌
  • ଚିଲିକା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ
  • ‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନଙ୍କ ଦେହାନ୍ତ

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
3897018Total Visitors.