ରାଜ୍ୟରେ ନୂଆ ୧,୯୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୧୫ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ଅବଶିଷ୍ଟ ୭୮୯ହେଉଛି ଲୋକାଲ୍ କେସ୍। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୧୯୦୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୨୧ ଜଣ ଥିବାବେଳେ କଟକରୁ ୧୧୧, ଅନୁଗୁଳରୁ ୧୦୯, ବାଲେଶ୍ୱରରୁ ୯୦, ବରଗଡ଼ରୁ ୩୫, ଭଦ୍ରକରୁ ୧୯, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୨୪, ଦେବଗଡ଼ରୁ ୨୧, ଢେଙ୍କାନାଳରୁ ୫୦, ଗଜପତିରୁ ୨, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୭୩, ଯାଜପୁରରୁ ୪୯, ଝାରସୁଗୁଡ଼ାରୁ ୫୧, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୧୦୬, କେନ୍ଦୁଝରରୁ ୫୬, କୋରାପୁଟରୁ ୩୬, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୯୩, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୩୨, ନୂଆପଡ଼ାରୁ ୧୨୮, ପୁରୀରୁ ୪୯, ରାୟଗଡ଼ାରୁ ୧୭, ସମ୍ବଲପୁରରୁ ୪୪, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୧୦୦ ଏବଂ ଷ୍ଟେଟ୍ ଫୁଲ୍ରୁ ୪୩ ଜଣ ଅଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୪୧, ୧୭, ୦୯୦ କରୋନା ନମୁନା ପରୀକ୍ଷଣ ହୋଇଛି । ୨ ଲକ୍ଷ ୭୨ ହଜାର ୨୫୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨,୪୯, ୫୭୫ ଜଣ ସୁସ୍ଥ ହୋଇଛନ୍ତି । ୨୧, ୪୫୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୧୬୮ ଜଣଙ୍କର ମୃତ୍ୟୁ ହୋଇଛି ।
77total visits,1visits today