Odisha News Lens

  • ରାଜ୍ୟ ଖବର
  • ଦେଶ ବିଦେଶ
  • ବ୍ୟବସାୟ
  • ରାଜନୀତି
  • ଜୀବନଶୈଳୀ
  • ଖେଳ
  • ମନୋରଂଜନ
  • ଅନ୍ୟାନ୍ୟ
    • କ୍ରାଇମ
    • ସଂସ୍କୃତି
    • ସ୍ୱାସ୍ଥ୍ୟବିଜ୍ଞାନ
  • News In English

ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

September 6, 2019September 7, 2019

ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇବା ପାଇଁ ଗାଡ଼ି ଚାଳକ ଓ ମାଲିକମାନେ ଏବେ ଚିନ୍ତାରେ ଦିନ କାଟୁଛନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଧରପଗଡ଼ ଚାଲିଥିବାରୁ ଲୋକମାନେ ଛାନିଆ ହୋଇଯାଇଛନ୍ତି। ଘରୁ ଗାଡ଼ି କାଢ଼ିବାକୁ ଡରୁଛନ୍ତି। କିଛି ଲୋକ ମୋଟା ଅଙ୍କର ଜରିମାନା ଦେବା ପରେ ଅନ୍ୟମାନେ ଏବେ ଆତଙ୍କିତ ହୋଇଯାଇଛନ୍ତି। ଏହାମଧ୍ୟରେ ଶୁକ୍ରବାର ପରିବହନ ସଚିବ ଏକ ବଡ଼ ଘୋଷଣା କରିଛନ୍ତି। ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ମାସେ ମହଲତ ଦେଇଛନ୍ତି। ଏହାସହିତ ଭୁବନେଶ୍ୱରର କେଉଁ ସ୍ଥାନରେ ପଲ୍ୟୁସନ ସାର୍ଟିଫିକେଟ୍ ମିଳିବ ତାହାର ତାଲିକା ମଧ୍ୟ ଜାରି କରିଛନ୍ତି।

ଜାଣନ୍ତୁ କେଉଁଠି ମିଳିବ…
୧.ନୟାପଲ୍ଲୀ ଅଂଚଳର ଗାର୍ଗସନ୍ ଅଟୋ ମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍
୨.ନୟାପଲ୍ଲୀ ନାବାର୍ଡ ସମ୍ମୁଖରେ ଥିବା ଭାରତ ଅଟୋ ମୋବାଇଲ୍ସ
୩. ମଂଚେଶ୍ୱର ଏସବିଆଇ ଛକରେ ଥିବା ଗାର୍ଗସନ୍ ପ୍ରୋପଟିଜ୍ ପ୍ରାଇଭେଟ୍ ଲିମିଟେଡ୍
୪. ପଟିଆ କାନନ ବିହାର, ଫେଜ-୨ରେ ଥିବା ଭାରତ ଅଟୋ ମୋବଇଲ୍ସ
୫. ମଂଚେଶ୍ୱରରେ ଥିବା ଭାରତ ମୋଟର୍ସ
୬. ଚନ୍ଦ୍ରଶେଖରପୁରର ଶୁଭମ ମୋବାଇଲ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଂଟର
୭. ପଟିଆରେ ଥିବା ମୋହିତ ମୋବାଇଲ୍ ପଲ୍ୟୁସନ୍ ସେଂଟର
୮. ଖଣ୍ଡଗିରିରେ ଥିବା ମା’ ଲକ୍ଷ୍ମୀ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଂଟର
୯. ଚନ୍ଦ୍ରଶେଖରପୁରରେ ଥିବା ନିର୍ମଳ ସାଇ ପଲ୍ୟୁସନ୍ ଟେଷ୍ଟିଙ୍ଗ ୟୁନିଟ୍
୧୦. ଝାରପଡାର ନାରାୟଣ ମୋଟର୍ସ
୧୧. ପାହାଳ, ବାଲିଅନ୍ତାରେ ଥିବା ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନ୍

Share on:
WhatsApp
Please follow and like us:

3363total visits,1visits today

Post navigation

ଶାରଳା ପୁରସ୍କାର ଘୋଷଣା
ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି: ମଠ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଗଠନ ହେବ ସବ୍-କମିଟି

Related Articles

ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ

Odisha News Lens
February 25, 2021

ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ

Odisha News Lens
February 25, 2021

ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ

Odisha News Lens
February 25, 2021

Leave a Reply Cancel reply

Your email address will not be published. Required fields are marked *

28 − 27 =

ଟ୍ରେଣ୍ଡିଙ୍ଗ ଖବର

  • ସଭା ଖାଁ ଖାଁ, କାନ୍ଦି ପକାଇଲେ ସାଂସଦ
  • ଛାତିଥରା ଦୁର୍ଘଟଣା: କ୍ରୋମାଇଟ ବୋଝେଇ ଡମ୍ପର ତଳେ ୨୫ ମିନିଟ ଚାପି ହୋଇଗଲେ ଦମ୍ପତି
  • ପାଖରେ ଟଙ୍କାଟିଏ ନାହିଁ: ପ୍ରବଚନ ଦେବାକୁ ଅନୁମତି ଲୋଡିଲେ ସାରଥି
  • ରାଜ୍ୟରେ ଏମିତି ସରକାର ଦରକାର ନାହିଁ : ବୈଜୟନ୍ତ
  • ଭୁବନେଶ୍ୱରର ଏସବୁ ଜାଗାରେ ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍

Like us on Facebook

Recent Posts

  • ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମ୍‌ରେ ବିଜୟ ବାନା ଉଡ଼ାଇଲା ଭାରତ
  • ନନ୍ଦିନୀଙ୍କ ହାତ ଧରିଲେ କ୍ରୀଡ଼ାମନ୍ତ୍ରୀ
  • ଛାତ୍ରୀଙ୍କ ହାତଗୋଡ ବାନ୍ଧି ଘରେ ନିଆଁ ଲଗାଇଦେଲେ
  • ସୁନାପୁର ବେଳାଭୂମିରେ ବିଶାଳକାୟ ସାର୍କ
  • ମହିଳା ଓ ଶିଶୁ ବିକାଶ ପାଇଁ ୫ଟି ଅନ୍‌ଲାଇନ୍‌ ସେବା ଲୋକାର୍ପିତ : ଇ-କଳିକା ଠୁ ମମତା ଆପ୍

Subscribe to Our Newsletter

Get new posts by email
Copyright 2011, odishanewslens.com. All rights reserved
  • About Us
  • Contact Us
4129355Total Visitors.